୩ ଗଞ୍ଜେଇ ବେପାରୀ ଗିରଫ ସହ ୬ କେଜି ଚୋରା ଗଞ୍ଜେଇ ଜବତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ପଡୋଶି ଝାରଖଣ୍ଡ ରାଜ୍ୟ ସୀମାନ୍ତ ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅନ୍ତର୍ଗତ୨୨୦ ନମ୍ବର ଜାତୀୟ ରାଜପଥରେ ପୋଲିସ ଚଢ଼ାଉ କରି ବୁଧବାର ଅପରାହ୍ନରେ ୩ ଗଂଜେଇ ବେପାରୀଙ୍କୁ ଗିରଫ କରିବା ସହ ୬ କେଜି ଗଞ୍ଜେଇ ଜବତ କରି ଥିବା ଜଣାଯାଇଛି। ଏଥିସହ ଗଂଜେଇ ବେପାରୀଙ୍କ ବ୍ୟବହୃତ ଏକ ଅଟୋ ନ୦ – ଜେ. ଏଚ. ୦ ୫ -୩୭୭୬ ଗାଡ଼ି ଜବତ କରାଯାଇଛି। ସଂପୃକ୍ତ ଗିରଫ ୩ ଗଂଜେଇ ବେପାରୀ ପୋଡଶୀ ଝାରଖଣ୍ଡ ରାଜ୍ୟ କୁଆଳି ଥାନା ଅନ୍ତର୍ଗତ ରୁଲାଡିହି ଗ୍ରାମର ଯୋଗେଶ୍ୱର ମହାକୁଡ଼, ଧରମ ପାଲ ମହାକୁଡ଼ ଏବଂ ସୁଦାମ ମହାକୁଡ଼ ବୋଲି ଜଣାଯାଇଛି। ଜଵତ ଗଂଜେଇ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ବୋଲି ଜଣାଯାଇଛି। ସଂପୃକ୍ତ ଗିରଫ ୩ ଗଂଜେଇ ବେପାରୀଙ୍କୁ ପୋଲିସ ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପୋଲିସ ପକ୍ଷରୁ ଏମାମଲା ରେ ଏକ କେସ ନ୦-୧୧୨/୨୦୨୩ ରୁଜୁ କରାଯାଇ ମାମଲାର ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଫିସର ଥାନା ଅଧିକାର ଭାସ୍କର ପ୍ରଧାନ ନିକଟରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ