୩ ଗୋଟି ସନ୍ତାନ ଯୋଗୁଁ ସରପଞ୍ଚଙ୍କ ପଦବୀ ଗଲା,୨ୟ ସ୍ଥାନରେ ଥିବା ସରପଞ୍ଚ ପ୍ରାର୍ଥୀ ନୂତନ ସରପଞ୍ଚ ଘୋଷିତ
ପାରଳାଖେମୁଣ୍ଡି, -(ତାରିଣୀ ପ୍ରସାଦ ପଣ୍ଡା)୩ଗୋଟି ସନ୍ତାନ ଥିବା ଯୋଗୁଁ ଗଜପତି ଜିଲ୍ଲାରେ ଜଣେ ସରପଞ୍ଚଙ୍କ ପଦବୀ ରଦ୍ଦ ହୋଇଛି । ଗତ ପଞ୍ଚାୟତ ନିର୍ବାଚନରେ ୨ୟ ସ୍ଥାନରେ ଥିବା ସରପଞ୍ଚ ପ୍ରାର୍ଥୀ ନୂତନ ସରପଞ୍ଚ ଘୋଷିତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ରାୟଗଡ ବ୍ଲକର ପୁତାର ଗ୍ରାମ ପଞ୍ଚାୟତରେ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଗଙ୍ଗାଧର ଭୂୟାଁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଏହି ନିର୍ବାଚନ ବେଳେ ସେହି ଗ୍ରାମପଞ୍ଚାୟତରେ ଅନ୍ୟତମ ସରପଞ୍ଚ ପ୍ରାର୍ଥୀ ରାମଚନ୍ଦ୍ର ନାୟକ ଗଙ୍ଗାଧର ଭୂୟାଁଙ୍କ ୩ଗୋଟି ସନ୍ତାନ ରହିଛନ୍ତି,ତେଣୁ ଗଙ୍ଗାଧର ଗ୍ରାମ ପଞ୍ଚାୟତ ନିର୍ବାଚନ ଓଡିଶା ଗ୍ରାମପଞ୍ଚାୟତ ଆଇନ୍ ଅନୁସାରେ ଲଢି ପାରିବେ ନାହିଁ ବୋଲି ସେହି ସମୟରେ ବ୍ଲକ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ । ହେଲେ ସେହି ସମୟରେ ଏହି ଅଭିଯୋଗ ଅନୁଯାୟୀ ପଦକ୍ଷେପ ନିଆନଯିବା ଯୋଗୁଁ ରାମଚନ୍ଦ୍ର ନାୟକ ପାରଳାଖେମୁଣ୍ଡି ସିଭିଲ ଜର୍ଜଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଗତ ଗ୍ରାମପଞ୍ଚାୟତ ନିର୍ବାଚନରେ ଗଙ୍ଗାଧର ଭୂୟାଁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ଏହାର ଶୁଣାଣି ହୋଇଯାଇଛି । ଏଥିରେ ପାରଳାଖେମୁଣ୍ଡି ସିଭିଲ ଜର୍ଜ ନିର୍ଦ୍ଦେଶ ଦେଇଛନ୍ତି ଯେ ୩ଗୋଟି ସନ୍ତାନ ଥିବା ଯୋଗୁଁ ଗଙ୍ଗାଧର ଭୂୟାଁଙ୍କ ସରପଞ୍ଚ ପଦବୀ ଅଯୋଗ୍ୟ ଘୋଷିତ ହେଲା । ଗତ ନିର୍ବାଚନରେ ୨ୟ ସ୍ଥାନରେ ଥିବା ରାମଚନ୍ଦ୍ର ନାୟକବର୍ତ୍ତମାନ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇବେ