୩ ଘନଫୁଟ ଶାଳ ଗଣ୍ଡି ଜବତ,୨ ଜଣ ଗିରଫ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ପଞ୍ଚଭୁତି ସେକସନର ଉଦୟପୁର ବିଟର ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଶାଳଗଛ ଗଣ୍ଡି ହାଣିଥିବା ଅଭିଯୋଗରେ ଦୁଇଜଣଙ୍କୁ ବନ ବିଭାଗ ଗିରଫ କରିବା ସହ ତିନି ଘନଫୁଟ ଶାଳକାଠ ଗଣ୍ଡି ଜବତ କରାଯାଇଥିବା ଜଣାପଡିଛି।କୌଣସି ସୂତ୍ରରୁ ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ପରାମର୍ଶ କ୍ରମେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ପଞ୍ଚଭୂତି ବନପାଳ ଶୁଭାଙ୍ଗ ରଇତ, ଉଦୟପୁର ବନରକ୍ଷୀ ବାଳକୃଷ୍ଣ ପାଣିଗ୍ରାହୀ ଓ ପାରା ଫରେଷ୍ଟର କର୍ମଚାରୀ ବୃନ୍ଦ ଉଦୟପୁର ବିଟରେ ଚଢ଼ାଉ କରି ଶାଳ କାଠ ଗଣ୍ଡି , କରତ ଜବତ କରିବା ସହ ଉଦୟପୁର ଗ୍ରାମର ବାପି ନାଇକ ଓ କୈଳାଶ ନାଇକଙ୍କୁ ଗିରଫ କରିଥିଲେ। ବୁଗୁଡା ବନାଞ୍ଚଳ କେଶ ନଂ ୩୬୯/୨୦-୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ ଦୁଇ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ