୩ ଚୋରୀ ସାଇକେଲ ଉଦ୍ଧାର – ଜଣେ ଗିରଫ
ହିଂଜିଳିକାଟୁ, (ଶେଷଦେବ ସାହୁ): ଗତ କିଛି ଦିନ ଧରି ହିଂଜିଳିକାଟୁ ପୌରାଂଚଳ ସମେତ ହିଂଜିଳି ଥାନା ନିକଟବର୍ତି ଅଂଚଳର ବହୁ ବ୍ୟକ୍ତିଙ୍କ ସାଇକେଲ ଚୋରୀ ହେଉଥିବା ପୁଲିସକୁ ଖବର ମିଳିଥିଲା । ଗତ କିଛି ଦିନ ପୂର୍ବେ ହିଂଜିଳି ଥାନା ପୋଡ଼ିଙ୍ଗି ଗ୍ରାମର ଯୋଗେନ୍ଦ୍ର ବେହେରାଙ୍କ ଘର ସମ୍ମୁଖରୁ କେହି ଦୁବୃର୍ତ ସାଇକେଲଟିକୁ ଚୋରୀ କରି ନେଇଥିଲା । ଏ ନେଇ ଯୋଗେନ୍ଦ୍ର ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ନଂ- ୧୪୫/୧୯ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ପୋଡ଼ିଙ୍ଗି ଗ୍ରାମର ଅମର ଦାସ ସାଇକେଲ ଚୋରୀ କରିଥିବା ସନ୍ଦେହ କରି ପୁଲିସ ଜେରା କରିବା ବେଳେ ଚୋରୀ କରିଥିବା ସ୍ୱୀକାର କରିଥିଲା । ଅମରଙ୍କ ନିକଟରୁ ୩ ଟି ଚୋରୀ ସାଇକେଲ ଜବତ କରଯାଇଛି । ସୋମବାର ଦିନ ଅମରଙ୍କୁ କୋର୍ଟ ଚାଳାଣ କରାଯାଇ ଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।
ଫଟୋ- ଗିରଫ ଅମର