୩ ଜଣଙ୍କୁ ଗିରଫସହ ହତ୍ୟାରେ ବ୍ୟାବହୃତ କାତି ଜବତ

ସୋରଡା, (ରଜନୀକାନ୍ତ ମିଶ୍ର):ସୋରଡା ବ୍ଲକ ବଡଗଡ ଥାନା ଏକଲପୁର ଗ୍ରାମାନିକଟ ବିଲରୁ ଗୁରୁବାର ସକାଳେ ପୋଲିସ ଉଦ୍ଧାର କରିଥିବା ମୃତ ଘଟଣାର ସୂଚନା ଦେବାସହ ୩ ଜଣଙ୍କୁ ଗିରଫ ସହ ହତ୍ୟା ରେ ବ୍ୟାବହୃତ କାତି ଜବତ କରିଛି । ସେମାନେ ହେଲେ ଏକଲପୁର ଗ୍ରାମର ପଞ୍ଚୁଗୌଡ ଙ୍କ ପୁଅ ମୁଖ୍ୟ ହତ୍ୟାକାରୀ ଶିବ ଗୌଡ,ସହଯୋଗୀ ସ୍ତ୍ରୀ ଆରତି ଗୌଡ ଶିବର ଭିଣୋଇ ଅରଖଡିହ ଗ୍ରାମର ଶିବ ଗୌଡ। ବଦଗଡ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀ ରେ ଏଏସପି ଠାକୁର ପ୍ରସାଦ ପାତ୍ରଙ୍କ ସୁଚନା ଅନୁଯାଇ ୨ ବର୍ଷ ହେଲା ବିବାହ କରିଥିବା ଶିବଗୌଡର ସ୍ତ୍ରୀ ସହ ବୋରସିଙ୍ଗୀ ଗ୍ରାମର ନିଲଞ୍ଚଳ ଗଉଡଙ୍କ ସମ୍ପର୍କ ଥିଲା । ଏକଥା ଶିବ ଜାଣି ବହୁବାର ସ୍ତ୍ରୀ କୁ ଏଥିରୁ ନିବୃତ ରହିବାକୁ କହୁଥିଲେ ମଧ୍ୟ କିଛି ସୁଧାର ଆସିନଥିଲା ।୨୯.୭.୨୦୨୦ ତାରିଖ ରେ ମଧ୍ୟ ଏକଥା କୁ ନେଇ ସ୍ଵାମୀ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ନିଲାଞ୍ଚଳ କୁ ଫୋନ କରି ଡାକିବାକୁ ଶିବ ସ୍ତ୍ରୀ କୁ ବାଧ୍ୟ କରିଥିଲା । ସ୍ତ୍ରୀ ଫୋନ କରି ଡ଼ାକିଥିଲା ନିଲାଞ୍ଚଳକୁ ବୁଧବାର ରାତିରେ ନିଲାଞ୍ଚଳ ଗ୍ରାମରୁ ବାଇକ ଯୋଗେ ଏକଲପୁର ଯାଇଥିଲା । ପୂର୍ବ ପ୍ରସ୍ତୁତି କ୍ରମେ ଗାଁ ନିକଟ ରାସ୍ତାରେ ଶିବ ଓ ତାରସ୍ତ୍ରୀ ଆରତି।ଭିଣୋଇ ଶିବ ଜଗିଥିଲେ । ନିଲଞ୍ଚଳ ପହଞ୍ଚିବା କ୍ଷଣି ପ୍ରଥମେ ଶିବ କତିରେ ପେଟ କୁ ପରେ ବେକ କୁ ଚୋଟୋ ପକାଇ ଥିଲା । ମୁଣ୍ଡ କୁ ଶରୀର କୁ ଅଲଗା କରି ବିଲ ରେ ଫିଙ୍ଗି ଦେଇଥିଲା । ପରେ ୩ ଜଣ ଯାକ ନିକଟ ଜଙ୍ଗଲରେ ଯାଇ ଲୁଚିଥିଲେ । ଗୁରୁବାର ସକାଳେ ଶବ ଉଧାର ପରେ ଆସ୍କା ଏସଡ଼ିପିଓ ସୁର୍ୟମଣି ପ୍ରଧାନ ଙ୍କ ନେତୃତ୍ବରେ ତ୍ନାଧିକାରୀ ପ୍ରତାପ କୁମାର ତ୍ରିପାଠୀ ,ଏସଆଇ ଦେବଦତ୍ତ ପ୍ରୀୟଦର୍ଶୀ ଙ୍କୁ ନେଇ ଗଠିତ ପୋଳିସ ଦଳ ଚାରିଆଡେ ତଲାସି ଆରମ୍ଭ କରିଥିଲେ ।ଏସଆଇ ପ୍ରୀୟଦର୍ଶୀ ଲୁକାୟିତ ଭାବେ ବିଭିର୍ଣ୍ଣ ଜାଗା ବୁଲି ଆସାମୀ ମାନଙ୍କ ଖବର ବାହାର କାରିଥିଲେ । ଶନିବାର ରାତିରେ ନିକଟ ଜଙ୍ଗଲ ରୁ ଏମାନଙ୍କୁ ଧରିଥିଲେ । କେଶ ୨୧୦/୨୦ ଅନୁଯାଇ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି । ଅନ୍ୟପଟେ ମୁଖ୍ୟ ଅସମୀ ଶିବ ନିଜେ ଥାନାରେ ସ୍ଵୀକାର କାରିଥିଲା ଯେ ସ୍ତ୍ରୀକୁ କହି ଫୋନ ଯୋଗେ ନିଲଞ୍ଚଳକୁ ଡାକି କାତିରେ ହତ୍ୟା କରିଛି ବୋଲି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ