୩ ଜୁଆଡି ଗିରଫ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୂରଭଂଜ ଜିଲ୍ଳା ରାଇରଂଗପୁର ଆଦର୍ଶ ଥାନା ଅନ୍ତର୍ଗତ ଧୁଙ୍ଗିଆଡି ଛକ ନିକଟରେ ୩ ଜଣ ଜୁଆ ଖେଳୁଥିବା ବେଳେ ପୋଲିସ ଅଚାନକ ଚଢାଉ କରି ୩ ଜଣ ଜୁଆଡିକୁ ଗିରଫ କରିଛି । ସେମାନଙ୍କ ଠାରୁ ନଗଦ ୧୬,୮୨୦ ଟଙ୍କା ସହ ୩ ଟି ମୋବାଇଲ, ତାସ ଜବତ କରିଛି । ରାଇରଂଗପୁର ଟାଉନପୋଲିସର ଭାବେ ନୂତନ ଦାଇତ୍ୱ ଗ୍ରହଣ କରିଥିବା ରେଣୁ ବାଳା ସାହୁ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।