୩ ଥାନା ଅଧିକାରୀଙ୍କ ବଦଳି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ୩ଟି ଥାନାରେ ଥିବା ଭାରପ୍ରାପ୍ତ ଇନସପେକ୍ଟରଙ୍କର ବଦଳି କରିଛନ୍ତି ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ । ଏସଂକ୍ରାନ୍ତରେ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶନାମା ମଧ୍ୟ ପ୍ରକାଶ ପାଇଛି । ପୋଲିସ ମୁଖ୍ୟାଳୟରେ ଡିଏଚଆରପିସି ଇନିସପେକ୍ଟର ଥିବା ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ ମାର୍ଶାଘାଇ ଥାନା ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ ସେଠାରେ ଥିବା ଭାରପ୍ରାପ୍ତ ଇନସପେକ୍ଟର ପ୍ରଜ୍ଞାପରିମିତା ଜେନାଙ୍କୁ ଶ୍ରୀ ପଟ୍ଟାୟତଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି । ମହାକାଳପଡା ଥାନା ଅଧିକାରୀ ବିମଳ କୁମାର ମଲ୍ଲିକଙ୍କୁ କେନ୍ଦ୍ରାପଡା ସଦର ଥାନାକୁ ବଦଳି କରାଯାଇଥିବା ବେଳେ ସେଠାରେ ଥିବା ଥାନାଧିକାରୀ ସରୋଜ କୁମାର ସାହୁଙ୍କୁ ପୋଲିସ ମୁଖ୍ୟାଳୟର ଆଇୟୁସିଏଡବ୍ଲୁ ଇନସପେକ୍ଟର ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳି ପୋଲିସ ମୁଖ୍ୟାଳୟରେ ଥିବା ଇନସପେକ୍ଟର ଧିରଜ ଲେଙ୍କାଙ୍କୁ ମହାକାଳପଡା ଥାନା ଅଧିକାରୀ ଭାବେ ବଦଳି କରାଯାଇଛି । ସମସ୍ତ ଅଧିକାରୀମାନଙ୍କୁ ବିନା ଟ୍ରାନଜିଟ୍‌ରେ ନୂତନ ସ୍ଥାନେସ୍ଥେଯାଗଦେବାକୁ ନିର୍ଦେଶ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ