୩ ଦଫା ଦାବି ନେଇ ଭଂଜସେନା ପକ୍ଷରୁ ରାଇରଙ୍ଗପୁର ବନ୍ଦ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଂଜ ଜିଲ୍ଲାର ୨ୟ ସର୍ବ ବୃହତ୍ତମ ବାମନଘାଟୀ ଉପଖଣ୍ଡର ୩ଟି ମୁଖ୍ଯ ମୌଳିକ ସମସ୍ଯା ନେଇ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ଅଣରାଜନୈତିକ ସଂଗଠନ’ଭଂଜସେନା’ ସ୍ବର ଉଠାଇଛି । (୧) ବାମନଘାଟି ଉପଖଣ୍ଡ ସମେତ ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ହସ୍ପିଟାଲର ଉନ୍ନତିକରଣ, ଅଭାବୀ ଡାକ୍ତର ପଦବୀ ପୂରଣ, ଆଇ. ସି. ୟୁ ବେଡ଼ ବ୍ୟବସ୍ଥା ସହିତ ରାଇରଙ୍ଗପୁର ହସ୍ପିଟାଲ କୁ “ସୁପର ସ୍ପେସାଲିଷ୍ଟ ହସ୍ପିଟାଲ”ଗଠନ କରିବା (୨)ଭାଲୁବସା-ପୁରୁଣାପାଣି ବାଇପାସ ରୋଡ଼ ନିର୍ମାଣ କରିବା (୩) ବାମନଘାଟି ଉପଖଣ୍ଡ ମଧ୍ୟରେ ତୁରନ୍ତ ନୂତନ ଅତିରିକ୍ତ ଜିଲ୍ଲାପାଳ ପଦବୀ ସୃଷ୍ଟି କରିବା ଦାବୀ ନେଇ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ଉଦ୍ଦେଶ୍ଯରେ ବୁଧୁବାର ଦିନ ଜିଲ୍ଲାର ଅଗ୍ରଣୀ ତଥା ଅଣରାଜନୈତିକ ସଂଗଠନ ଭଞ୍ଜସେନା,ବାମନଘାଟି ଉପଖଣ୍ଡ ଶାଖା ପକ୍ଷରୁ ରାଇରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଥିଲା ।ଭଂଜସେନା ଅଧ୍ଯକ୍ଷ କଳିଙ୍ଗ କେଶରୀ ଜେନାଙ୍କ ଆହ୍ବାନରେ କାର୍ଯ୍ଯକାରୀ ଅଧ୍ଯକ୍ଷ ରାକେଶ ସିଂ, ଉପାଧକ୍ଷ ଅଞ୍ଜନ ବରାଳ, ବାମନଘାଟି ଉପଖଣ୍ଡ ସଭାପତି ସୌମିତ ବଳ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ଟୁଡୁ, ଜିଲ୍ଲା ଉପସଭାପତି ଚିକୁ ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ଇଂ ରାମଜାନ ବେଗ, ମୁଖପାତ୍ର ମୋହିତ ବିଶୋଇ, ଜିଲ୍ଲା ଛାତ୍ର ଶାଖା ଉପସଭାପତି ସୁଭମ ପଣ୍ଡା,ଛାତ୍ର ଶାଖା ରାଇରଙ୍ଗପୁର ସହର ସଭାପତି ଶିବରାଜ ମହାନ୍ତି, ବିଘ୍ନେସ୍ୱର ବାସ୍କେ,ସଦନା ସର୍ଦାର,ମଣ୍ଟୁ ମହାନ୍ତ ପ୍ରମୁଖଙ୍କ ନେତୃତ୍ବରେ ବନ୍ଦ ପାଳନ କରାଯାଇଥିଲା ।ଵନ୍ଦ ଯୋଗୁଁ ରାଇରଙ୍ଗପୁର କୋର୍ଟ,ବେଙ୍କ,ବୀମା କାର୍ଯ୍ଯାଳୟ, ବସ ଚଳାଚଳ,ପରିଵହନ ବ୍ଯବସ୍ଥା,ସରକାରୀ କାର୍ଯ୍ଯାଳୟ,ବାଣିଜ୍ଯ ପ୍ରତିଷ୍ଠାନ,ବେସରକାରୀ କାର୍ଯ୍ଯାଳୟ ,ଦୋକାନ ବଜାର ସଵୁଵନ୍ଦ ଥିଲା ।ରାଇରଙ୍ଗପୁରବାସୀ ବନ୍ଦକୁ ସଂପୁର୍ଣଭାବେ ସମର୍ଥନ କରିଥିଲେ ।ଭଂଜସେନା ପକ୍ଷରୁ ଶାନ୍ତିପୁର୍ଣ ଭାବେ ବନ୍ଦ ପାଳନ କରାଯାଇଥିଲା ।ରାଇରଙ୍ଗପୁର ସହରବାସୀ ବନ୍ଦ ସଫଳକୁ ପୁର୍ଣ ମାତ୍ରାରେ ସମର୍ଥନ ଦେଇଥିବାରୁ ଭଂଜସେନା ଅଧ୍ଯକ୍ଷ କଳିଙ୍ଗ କେଶରୀ ଜେନା,କାର୍ଯ୍ଯକାରୀ ଅଧ୍ଯକ୍ଷ ରାକେଶ ସିଂ,ଉପାଧ୍ଯକ୍ଷ ଅଂଜନ ବରାଳ,ବାମନଘାଟି ଉପଖଣ୍ଡ ସଭାପତି ସୌମିତବଳ,ମୁଖପାତ୍ର ମୋହିତବାସୀ ରାଇରଙ୍ଗପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।ଆଗକୁଯଦି ସରକାର ଦାବିପ୍ରତି ଧ୍ଯାନ ନ ଦିଅନ୍ତି ଆଗାମୀ ଦିନରେ ଆନ୍ଦୋଳନକୁ ତିଵ୍ରତର କରାଯିବ ବୋଲି ନେତୃବୃନ୍ଦ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ