୩ ଦଫା ଦାବୀ ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନୂତନ ପେନସନ ଯୋଜନା ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଆଜି ୩ ଦଫା ଦାବୀ ନେଇ ଆନ୍ଦୋଳନ କରାଯାଇଥିଲା । ପ୍ରାରମ୍ଭରେ ବନ୍ତସ୍ଥିତ ଜଳସେଚନ କାର୍ଯ୍ୟାଳୟ ଛକ ଠାରୁ ସଂଘର ସଭାପତି ସନାତନ ଦାସ ଓ ସଂପାଦକ ନରେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ôଚ ଥିଲେ । ସେଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ବିଇଓଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ସେମାନଙ୍କ ଦାବୀ ମଧ୍ୟରେ ୬ ବର୍ଷ ମୂଳ ଚାକିରୀ ମିଶାଇବା ସହିତ ୬ ଇନ୍କ୍ରିମେଣ୍ଟ ପ୍ରଦାନ କରିବା, ପୁରୁଣା ପେନସନ ଲାଗୁ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଆଦି ଅନ୍ତର୍ଭୁକ୍ତ ଥିଲା । ଏହି ଆନ୍ଦୋଳନରେ ପର୍ଶୁରାମ ନାୟକ, ନିରାକର ଜେନା, ରବିନ୍ଦ୍ର ଜେନା, ଅନିରୁଦ୍ଧ ମଙ୍ଗଳ, ଶରତ କୁମାର ନାୟକ, ଶୁଭେନ୍ଦୁ ବିଶ୍ୱାଳ, ସତ୍ୟ ରଞ୍ଜନ ଦାସ, ପ୍ରଦୀପ ପଲେଇ, ବିଜୟ ମହାନ୍ତି, ଅଶୋକ ଦାସ, ପ୍ରକାଶ ଜେନା, ଲିଳିମା ମଲ୍ଲିକ, ଅଭୟ ପ୍ରଧାନ, ଗିରିଜା ଶଙ୍କର ଲେଙ୍କା, ରଞ୍ଜିତ୍ ସାମଲ, ବାସନ୍ତୀ ଜେନା, ସୁକୁମାର ଦାସ, ପରମେଶ୍ୱର ପୃଷ୍ଟି, ସୁଧାକର ବଳ, ଶ୍ରୀଧର ପଣ୍ଡା, ସୁଧିର ବାରିକଙ୍କ ସମେତ ଅନ୍ୟ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।