୩ ଦଲାଲକୁ ବାନ୍ଧିଲା ଗଜପତି ପୋଲିସ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ପୋଲିସ ୩ଜଣ ଦଲାଲକୁ ଗିରଫ କରିଛନ୍ତି । ପାରଳାଖେମୁଣ୍ଡି ଜିଲ୍ଲା ଡାକ୍ତରଖାନାରେ ଜଣେ ଓ ଆରଟିଓ ଅଫିସରେ ୨ଜଣ ଦଲାଲଗିରି କରୁଥିବା ବେଳେ ପୋଲିସ ଗିରଫ କରିଛି । ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଧେଶ କ୍ରମେ ଏସଡିପିଓ ଠାକୁର ପ୍ରସାଦ ପାତ୍ରଙ୍କ ତତ୍ୱାବଧାନରେ ପାରଳାଥାନା ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ଠାରେ ଥିବା ଆରଟିଓ କାର୍ଯ୍ୟାଳୟ ଓ ଡାକ୍ତରଖାନାରେ ଚଢାଉ କରାଯାଇଥିଲା । ଏଥିରେ ପୋଲିସ ଡାକ୍ତରଖାନାରୁ ନାଲା ରାଜୁକୁ ଗିରଫ କରିଥିବା ବେଳେ ଆରଟିଓ କାର୍ଯ୍ୟାଳୟରୁ ମ୍ୟାଥୁ କାର୍ଯୀ ଓ ଜୁନେଶ ଶବର ଦଲାଲଗିରି କରୁଥିବା ବେଳେ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ୩ଦଲାଲଙ୍କୁ ପାରଳା କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡିଛି ।