୩ ଦଶନ୍ଧିରେ ପ୍ରଥମ ଘଟଣା ରାମ ମନ୍ଦିର ପାଇଁ ପଥର ଖୋଦେଇ କାମ ବନ୍ଦ କଲା ଭିଏଚ୍‌ପି

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ୧୯୯୦ ମସିହାରୁ ନିର୍ମାଣ କାର୍ଯ୍ୟଶାଳା ଦ୍ୱାରା ମାର୍ବଲ ଏବଂ ପଥର ଖୋଦେଇ କାର୍ଯ୍ୟ ହେଉଛି । କିନ୍ତୁ ଦୀର୍ଘ ୩ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଭିଏଚ୍‌ପି (ବିଶ୍ୱ ହିନ୍ଦୁ ପରିଷଦ) ପକ୍ଷରୁ ପଥର ଖୋଦେଇ କାମ ଏବେ ବନ୍ଦ ହୋଇଛି । ଭିଏଚ୍‌ପି ମୁଖପାତ୍ର ଶରଦ ଶର୍ମା କହିଛନ୍ତି ବର୍ତ୍ତମାନ ପାଇଁ ପଥର ଖୋଦେଇ କାମ ବନ୍ଦ ରଖିବାକୁ ପରିଷଦ ନିଷ୍ପତ୍ତି ନେଇଛି । ପୁଣିଥରେ କେବେ ପଥର ଖୋଦେଇ କାମ ଆରମ୍ଭ ହେବ ତାହା ରାମ ଜନ୍ମଭୂମି ନ୍ୟାସ ଉପରେ ନିର୍ଭର କରୁଛି । କରସେବକପୁରମରେ କାମ କରୁଥିବା ଅଧିକାଂଶ ପଥର କାରିଗର ଗୁଜରାଟର ଭୁଜ ଏବଂ ସୌରାଷ୍ଟ୍ର ସ୍ଥିତ ସେମାନଙ୍କ ଘରକୁ ଫେରି ଯାଇଛନ୍ତି । ଉଲ୍ଲେଖଯୋଗ୍ୟ ମୁଲାୟମ ସିଂହ ଯାଦବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଭିଏଚ୍‌ପି ଦ୍ୱାରା ୧୯୯୦ରେ ରାମ ମନ୍ଦିର ପାଇଁ ପଥର ଖୋଦେଇ କାମ ଆରମ୍ଭ ହୋଇଥିଲା । ଭିଏଚ୍‌ପିର ଦାବି ଅନୁଯାୟୀ ୧.୨୫ ଲକ୍ଷ କ୍ୟୁବିକ୍ ଫିଟ୍ ପଥର ଖୋଦେଇ କରାଯାଇଛି । ଏପରିକି ୧୯୯୨ରେ ବାବ୍ରି ମସଜିଦ୍ ଧ୍ୱଂସ ସମୟରେ ମଧ୍ୟ ଭିଏଚ୍‌ପି ଏବଂ ଆରଏସଏସ୍ ପରି ସଂଗଠନ ୬ ମାସ ପାଇଁ ନିଷିଦ୍ଧ ହୋଇଥିଲେ ସୁଦ୍ଧା ପଥର ଖୋଦେଇ କାମ ଜାରି ରହିଥିଲା । କିନ୍ତୁ ଏବେ ପଥର ଖୋଦେଇ କାମ ବନ୍ଦ ହେବା ସମସ୍ତଙ୍କୁ ବିସ୍ମିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ