୩ ଦିନ ଧରି ସହରରେ ପାନୀୟ ଜଳ ଯୋଗାଣ ବନ୍ଦ

ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହରକୁ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଦିଆଯାଇଥିବା ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯିବାରୁ ସହରରେ ପାଣି ପାଇଁ ହାହାକାର ପଡିଯାଇଛି । ଗତ ୩ ଦିନ ଧରି ପ୍ରାୟ ୫୩ ହଜାର ଜନସଂଖ୍ୟା ବିଶିଷ୍ଠ ଯୋଡା ସହରକୁ ବିଭାଗୀୟ ପାନୀୟ ଜଳ ଯୋଗାଣ ବନ୍ଦ ଥିବାରୁ ୧୩ ଗୋଟି ଓାର୍ଡର ଜନସାଧାରଣ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ଏ ସଂକ୍ରାନ୍ତରେ ବିଭାଗୀୟ ଏସଡିଓ ମନୋଜ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ ବିରକ୍ତି ହୋଇ କହିଥିଲେ ଯେ, ୩ ଦିନ ଧରି ଏହାର ନିର୍ମାଣ କାର୍ଯ୍ୟ ନେଇ ସେ ବିବ୍ରତ ଅଛନ୍ତି । ଜନସ୍ୱାସ୍ଥ୍ୟ ବିଭାଗର ଆବଶକୀୟ ଯନ୍ତ୍ରପାତି ନଥିବାରୁ ଏହି କାର୍ଯ୍ୟ ବିଳମ୍ବ ହୋଇଛି ଏବଂ ପାଣି ଉଠାଯାଉଥିବା ବୈତରଣୀ ନଦୀରେ ସ୍ଥାପିତ ପମ୍ପ ହାଉସରେ ବନ୍ୟା ଯୋଗୁ ଯାନ୍ତ୍ରିକ ତ୍ରୁଟି ହୋଇଛି । ଏହାର ଯନ୍ତ୍ରାଂଶ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ କହିଥିଲେ ହେଁ, ପହନଚିବାରେ ବିଳମ୍ବ ହେବାରୁ ମରାମତି ହେବାରେ ପ୍ରାୟ ୩ ଦିିନ ବିତିଯାଇଛି । ତେବେ ରବିବାରଠାରୁ ପରିସ୍ଥିତି ସ୍ୱଭାବିକ ହେବ ବୋଲି ଏସଡିଓ ପଣ୍ଡା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ