୩ ଦିନ ପୂର୍ବରୁ ‘ସୂର୍ଯ୍ୟବଂଶୀ’ ଦେଖିବେ ଦର୍ଶକ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ୨୦୨୦ର ସବୁଠାରୁ ବଡ଼ ଫିଲ୍ମ ମଧ୍ୟରେ ଅନ୍ୟତମ ‘ସୂର୍ଯ୍ୟବଂଶୀ’ ସିନେମାର ରିଲିଜ୍‌କୁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏବେ ଏହି ସିନେମାର ରିଲିଜ୍‌ ଡେଟ୍‌କୁ ବଦଳା ଯାଇଥିବା ଖବର ଶୁଣିବାକୁ ମିଳୁଛି। ରୋହିତ ଶେଟ୍ଟୀଙ୍କ ଦ୍ବାରା ନିର୍ଦେଶିତ ଏହି ସିନେମା ବହୁତ ଚର୍ଚ୍ଚାରେ ରହିଛି। ଆକ୍ସନ୍‌ ପ୍ୟାକଡ୍‌ ଏହି ‘ସୂର୍ଯ୍ୟବଂଶୀ’ ସିନେମାରେ ଅକ୍ଷୟ କୁମାର ଅନେକ ଖତରନାକ ଷ୍ଟଣ୍ଟ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନାନୁଯାୟୀ ପ୍ରଶଂସକମାନେ ଏହି ଫିଲ୍ମକୁ ଥିଏଟରରେ ୩ ଦିନ ପୂର୍ବରୁ ଦର୍ଶକ ଦେଖିପାରିବେ। ଅର୍ଥାତ ପୂର୍ବରୁ ଏହି ସିନେମା ୨୭ ମାର୍ଚ୍ଚରେ ରିଲିଜ୍‌ ହେବାକୁ ଥିବାବେଳେ ଏବେ ଏହା ୨୪ ମାର୍ଚ୍ଚରେ ରିଲିଜ୍‌ ହେବ ବୋଲି ଘୋଷଣା କରାଯାଇଛି। ଅକ୍ଷୟ କୁମାର, ଅଜୟ ଦେବଗନ ଓ ରଣବୀର ସିଂ ନିଜ ସୋସାଲ ମିଡିଆରେ ଏକ ଭିଡ଼ିଓ ଶେୟାର କରିଛନ୍ତି। ଏହି ଭିଡ଼ିଓରେ ସେମାନେ ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି। ଅକ୍ଷୟ ଏହି ଭିଡ଼ିଓ ଶେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ ଅପରାଧର କୌଣସି ସମୟ ନ ଥାଏ, ଆସୁଛି ପୋଲିସ। ‘ସୂର୍ଯ୍ୟବଂଶୀ’ ସାରା ବିଶ୍ବରେ ୨୪ ମାର୍ଚ୍ଚରେ ରିଲିଜ୍‌ ହେବାକୁ ଯାଉଛି। ଏହି ସିନେମାକୁ ନେଇ ଏକ ନୂଆ ଅପଡେଟ୍‌ ମଧ୍ୟ ସାମ୍ନାକୁ ଆସିଛି। ପ୍ରଶଂସକଙ୍କ ପାଇଁ ଏହା କୌଣସି ଟ୍ରିଟ୍‌ଠାରୁ କମ୍‌ ନୁହେଁ। ଆଦିତ୍ୟ ଠାକରେଙ୍କ ପ୍ରୟାସରେ ମୁମ୍ବାଇର ଲୋକଙ୍କ ପାଇଁ ୨୪x୭ ଥିଏଟର ଖୋଲା ରହିବ। ଏପରିସ୍ଥଳେ ୨୪ ମାର୍ଚ୍ଚ ଅର୍ଥାତ୍‌ ମଙ୍ଗଳବାର ପୂରା ରାତି ‘ସୂର୍ଯ୍ୟବଂଶୀ’ର ସ୍କ୍ରିନିଙ୍ଗ ହେବ।
ଏଥିସହିତ ‘ସୂର୍ଯ୍ୟବଂଶୀ’ ଫିଲ୍ମ ନିର୍ମାତା ଏହି ସିନେମାର ଟ୍ରେଲର ୨ ମାର୍ଚ୍ଚରେ ରିଲିଜ୍‌ ହେବ ବୋଲି ଘୋଷଣା କରିଛନ୍ତି। ଏଥିପାଇଁ ଅଜୟ ଦେବଗନ, ରଣବୀର ସିଂ, ଅକ୍ଷୟ କୁମାରଙ୍କ ସମେତ ରୋହିତ ଶେଟ୍ଟୀ ମଧ୍ୟ ଖୁବ୍‌ ଉତ୍ସାହିତ ଅଛନ୍ତି। ଏହି ସିନେମାରେ ଅଜୟ ଦେବଗନ ଓ ରଣବୀର ସିଂଙ୍କ ସ୍ପେସାଲ ରୋଲ୍‌ ମଧ୍ୟ ଦେଖିବାକୁ ମିଳିବ। ‘ସୂର୍ଯ୍ୟବଂଶୀ’ ସିନେମାରେ ଜ୍ୟାକି ଶ୍ରଫ୍‌, ଗୁଲସନ ଗ୍ରୋଭର ଓ ସିକନ୍ଦର ଖେର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ