୩ ପାଣି ପଞ୍ଚାୟତ ନିର୍ବାଚନ ଶେଷ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ଜଳସେଚନ କାର୍ଯ୍ୟାଳୟ ଠାରେ ବୈତରଣୀ ଡିଭିଜନର ଶାଳନିଆଁ ଉପଖଣ୍ଡ ଅଧିନ ବିଦ୍ୟାଧରପୁର ଦକ୍ଷିଣ ପାଶ୍ୱର୍ କେନାଲ ଅନ୍ତର୍ଗତ ୨୨ନଂ.ପାଣି ପଞ୍ଚାୟତର ଆନନ୍ଦପୁର ମୁଖ୍ୟ ହାଟଡିହୀ ଶାଖା ଓ ସଙ୍ଖଣା ମାଇନର କେନାଲର ନିର୍ବାଚନ କାର୍ଯ୍ୟ ନିର୍ବାହୀ କମିଟି ସଭ୍ୟ, ସଭ୍ୟାଙ୍କୁ ନେଇ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ୨୨ନଂ. ପାଣି ପଞ୍ଚାୟତର ୧୬ ଜଣ କାର୍ଯ୍ୟ ନିର୍ବାହୀ କମିଟି ସଭ୍ୟଙ୍କ ମଧ୍ୟରୁ ନୃସିଂହ ଚରଣ ସେଠୀ ସଭାପତି, ରାଜେନ୍ଦ୍ର କୁମାର ପହି ସଂପାଦକ ଓ ପ୍ରତାପ କୁମାର ରାଉତ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଏଥିରେ ସଭ୍ୟ ରାମ ଚନ୍ଦ୍ର ସେଠୀ, ଜନାର୍ଦ୍ଦନ ରାଉତ, ପ୍ରଫୁଲ୍ଲ ଘଡେଇ, ସଭ୍ୟା ଜାନକୀ ସେଠୀ, ରମାମଣି ପହି, କୁମୁଦିନୀ ଆଇଚ ସମର୍ଥକ ଓ ପ୍ରସ୍ତାବକ ଭାବରେ ସମ୍ମତି ପ୍ରଦାନ କରିଥିଲେ । ୩୬ନଂ. ପାଣି ପଞ୍ଚାୟତ ଅନ୍ତର୍ଗତ ଡାଳିମ୍ବଗଢିଆ ଡିଷ୍ଟ୍ରିବ୍ୟୁଟାରୀ ଅଣ୍ଢିଆ ଓ ବେଲଦା ମାଇନର କେନାଲର ୪୨ଟି ସୋଠ କମିଟିର କାର୍ଯ୍ୟ ନିର୍ବାହୀ କମିଟି ପାଇଁ ନିର୍ବାଚନ ହୋଇଥିଲା । ଏଥିରେ ଗୋଟିଏ ସୋଠ କମିଟିରେ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ଅବଶିଷ୍ଟ ୪୧ଟିରେ କାର୍ଯ୍ୟ ନିର୍ବାହୀ କମିଟିକୁ ୪୧ ଜଣ ସଭ୍ୟସଭ୍ୟା ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିଲେ । ସେହିପରି ୫୭ନଂ. ପାଣି ପଞ୍ଚାୟତର ସିଙ୍ଗଡା, ଦଣ୍ଡୋ ଓ ଆମ୍ପ୍ରୋର ମାଇନର କେନାଲ ପାଇଁ ୨୧ ଜଣ ସୋଠ କମିଟି ସଭ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସମସ୍ତ ସଭ୍ୟ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନକୁ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, କର୍ମଚାରୀ ପ୍ରଶାନ୍ତ ରାଉତ, ଅବସରପ୍ରାପ୍ତ କର୍ମଚାରୀ ନମାମ ପ୍ରମୁଖ ପରିଚାଳନା କରିଥିଲେ ।


