+୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜ +୩ ପ୍ରଥମ ବର୍ଷର ସମସ୍ତ ବିଭାଗ ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ କ୍ବାଲିଟ ଆସ୍ୟୁରାନ୍ସ ସେଲ ( ଆଇ.କ୍ୟୁ.ଏ.ସି) ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ସହ କଲେଜରେ ପ୍ରଚଳିତ ସମସ୍ତ ବ୍ୟବସ୍ଥା ଉପରେ ଏକ ପ୍ରଶିକ୍ଷଣ ଶିବିର କଲେଜର ସମ୍ମିଳନୀ ପ୍ରକୋଷ୍ଠରେ ଡିସେମ୍ବର ୨୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱାଗତ ସମ୍ବର୍ଦ୍ଧନା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିଲେ। ପ୍ରଥମେ କଲେଜର ଏନସିସି ଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କଲାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆଇକ୍ୟୁଏସି ସଂଯୋଜକ ପ୍ରଫେସର ପ୍ରଭଞ୍ଜନ ମୁନି ଅତିଥି ପରିଚୟ ପ୍ରଦାନ ସହ ଅନ୍ତଃ ନୈତିକଗୁଣ ଆତ୍ମନିର୍ଭରତା କକ୍ଷ ର ଆବଶ୍ୟକତା ଓ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। କଲେଜର ଶୈକ୍ଷିକ ସଂଯୋଜକ ଦ୍ୱୟଙ୍କ ମଧ୍ୟରୁ ପ୍ରଫେସର ପ୍ରଦୀପ କୁମାର ଦାଶ ଶୃଙ୍ଖଳା ବିଷୟରେ ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସର ଡ଼ଃ ଜୟରାମ ବିଷୋୟୀ ଶିକ୍ଷାନୀତିର ନୂତନତା ବିଷୟ ଉପରେ ବକ୍ତବ୍ୟ ପ୍ରଦାନ ସହ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେଇଥିଲେ। ସେହିପରି ପରୀକ୍ଷା ପରିଚାଳନା ଦାୟିତ୍ବ ରେ ଥିବା ପ୍ରଫେସର ହିମାଂଶୁ ଶେଖର ରଥ ନୂତନ ପରୀକ୍ଷା ନୀତି ଓ ନିୟମ ବିଷୟରେ ବକ୍ତବ୍ୟ ଦେଇଥିବା ବେଳେ ପଠାଗାର ପରିଚାଳିକା ରଶ୍ମିତା ମିଶ୍ର କଲେଜ ଲାଇବ୍ରେରୀର ନିୟମ ଓ ଉପଯୋଗୀତା ଉପରେ ମତ ପ୍ରକାଶ କରିଥିଲେ। ପ୍ରଫେସର ଆତ୍ମା ପ୍ରକାଶ ନାୟକ ଶିକ୍ଷାର୍ଥୀ ଜୀବନର ଗତି ଓ କାର୍ଯ୍ୟଧାରା ବିଷୟରେ ଆଲୋକପାତ କରିବା ସହ ଏହା ଦ୍ୱାରା ଭବିଷ୍ୟତ ଜୀବନରେ ଉନ୍ନତି ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ମାତା, ପିତା ଓ ଶିକ୍ଷକ ଶିକ୍ଷୟିତ୍ରୀ ଏହି ତିନି ଗୁରୁଙ୍କୁ ସର୍ବଦା ସମ୍ମାନ ଜଣାଇବା ପାଇଁ ବକ୍ତବ୍ୟ ରଖିଥିଲେ। ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଶ୍ରୀ ନାୟକ ସଂଯୋଜନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ। ସମସ୍ତ ବିଭାଗର ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ଭାବର ଆଦାନ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ