୩ ବର୍ଷରେ ଅଢେଇ ହଜାର ଯୁବକଙ୍କୁ ଟ୍ରେନିଂ ଦେବ ପୂର୍ବତଟ ରେଳପଥ
ଭୁବନେଶ୍ୱର, (ୱାଇଏନ୍ଏସ୍): ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ବିକାଶ ଯୋଜନା ଅଧୀନରେ ପୂର୍ବ ତଟ ରେଳପଥ ରେଳ ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିଛି । ସର୍ବନିମ୍ନ ମାଟ୍ରିକ୍ ପାସ୍ ଯୋଗ୍ୟତା ଥିବା ୧୮ ରୁ ୩୫ ବର୍ଷ ବୟସର ପ୍ରାୟ ୨୫୦୦ ଯୁବକଙ୍କୁ ପୂର୍ବ ତଟ ରେଳପଥରେ ତିନି ବର୍ଷ ମଧ୍ୟରେ ମାଗଣା ତାଲିମ ଦିଆଯିବ ।
ବିଶାଖାପାଟନମ ଡିଜେଲ ଲୋକୋ ଶେଡ, ଅନୁଗୁଳ ଓ ବିଶାଖାପାଟନମ ସ୍ଥିତ ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଏବଂ ମେଂଚଶ୍ୱରରେ ଥିବା ରେଳବାଇ ସ୍ୱାରୀ ଡ଼ବା ମରାମତି କର୍ମଶାଳାରେ ୱେଲଡିଂ, ଇଲେକ୍ଟ୍ରିସିଆନ ଏବଂ ଫିଟର ଟ୍ରେଡ଼ ମାନଙ୍କରେ ଏହି ତାଲିମ ଦିଆଯିବ ।ଏହି ତାଲିମ ତିନି ସପ୍ତାହରେ ୧୦୦ ଘଂଟା ମଧ୍ୟରେ କ୍ଲାସ୍ / ପ୍ରାକ୍ଟିକାଲ୍ ଟ୍ରେନିଂ ପାଇଁ ଧାର୍ଯ୍ୟ କରାଯାଇଛି । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୯ ଘଟିକାରୁ ଅପରାହ୍ନ ୪ ଘଟିକା ପାର୍ଯ୍ୟନ୍ତ ଏବଂ ଶନିବାର ଦିନମାନଙ୍କରେ ପୂର୍ବାହ୍ନ ୯ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ କ୍ଲାସ୍ / ପ୍ରାକ୍ଟିକାଲ୍ ଟ୍ରେନିଂ ପ୍ରଦାନ କରାଯିବ । ଏହି ବିଷୟରେ ସବିଶେଷ ତଥ୍ୟ ପାଇଁ ପୂର୍ବ ତଟ ରେଳପଥ ୱେବସାଇଟ୍ ତଥା ସମ୍ପୃକ୍ତ ତାଲିମ କେନ୍ଦ୍ରରେ ଯୋଗାଯୋଗ କରିହେବ ।ବିଶାଖାପାଟନମ୍ ଏବଂ ଅନୁଗୁଳରେ ଇଲେକ୍ଟ୍ରିକାଲ ଲୋକୋ ଶେଡ୍ ପାଇଁ ଆବେଦନ ଦାଖଲ ଶେଷ ତାରିଖ ୩୧ ଅଗଷ୍ଟ ଥିବାବେଳେ ବିଶାଖାପାଟନମ୍ ଡିଜେଲ୍ ଲୋକୋ ଶେଡ୍ ଏବଂ ମେଂଚଶ୍ୱର ସ୍ୱାରୀ ଡ଼ବା ମରାମତି କର୍ମଶାଳା ପାଇଁ ୩ ସେପ୍େଟମ୍ବର, ୨୦୧୧ ତାରିଖ ଧାର୍ଯ୍ୟ କରାଯାଇଛି ।


