୩ ବର୍ଷର ପୁଅକୁ ନେଇ ସ୍ତ୍ରୀ ନିଖୋଜ ଥାନାରେ ଅଭିଯୋଗ ଦେଲେ ସ୍ୱାମୀ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ସୁର୍ଯ୍ୟନଗର ସାହିରେ ୩ ବର୍ଷର ପୁଅ ଓ ସ୍ତ୍ରୀ ନିଖୋଜ ନେଇ ମୋହନା ଥାନାରେ ଅଭିଯୋଗ ଦେଲେ ସ୍ୱାମୀ । ଘଟଣାରୁ ପ୍ରକାଶ ଗତ ୦୪.୦୧.୨୦୨୧ ରିଖ ଦିନ ସମୟ ୨ ଟା ବେଳେ ସୁର୍ଯ୍ୟନଗର ସାହିର ରମାକାନ୍ତ ଶବରଙ୍କ ସ୍ତ୍ରୀ ନମିତ ମଣ୍ଡଳ ନିଜ ୩ ବର୍ଷର ପୁଅ ସହ କେଉଁଆଡେ ନିଖୋଜ ହୋଇଯାଇଥିବା ନେଇ ସ୍ୱାମୀ ବହୁ ଖୋଜା ଖୋଜି କରିବା ସହ ନିଜ ସମ୍ପର୍କୀୟଙ୍କୁ ବୁଝାବୁଝୀ କରି ଆଜି ମୋହନା ଥାନାରେ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି । ଶ୍ରୀ ଶବର କହିବା ପ୍ରକାରେ ୪ ତାରିଖଦିନ ଅପରାହ୍ନ ୨ଟା ସମୟରେ ସେ ଘରେ ଖାଇସାରି ଲୁହାଗୁଡି ଯାଇଥିଲେ ସେଠାରୁ ଆସି ଦେଖିବା ସମୟରେ ନିଜର ୩ ବର୍ଷର ପୁଅ ଓ ସ୍ତ୍ରୀ ଘରେ ନଥିବା ଦେଖି ସାହି ପଡିଶାକୁ ପଚାରା ଉଚରା କରିବା ସହ ସମ୍ପର୍କୀୟ ଘର ଯାଇ ଖୋଜି ଖୋଜି ନିରାଶ ହୋଇ ମୋହନା ଥାନାରେ ଏକ ଅଭିଯୋଗ କରିଛନ୍ତି । ଏନେଇ ମୋହନା ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ୨ ଜଣଙ୍କୁ ଖୋଜିବା ପାଇଁ ଏକ ଟିମ ଗଠନ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି ।


