୩ ବର୍ଷ ଧରି ନିର୍ମାଣ ହୋଇପରୁନି ମାଧପୁର – ଭଗେଶ୍ୱରପୁର ସେତୁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୬ନମ୍ବର ୱାର୍ଡର ନସଡିପୁର ନିକଟ ଗୋବରୀ କେନାଲ ଉପରେ ଏକ ସେତୁ ନିର୍ମାଣ ପାଇଁ ଗତ ୩ ବର୍ଷ ତଳେ ସାଂସଦ ଅନୁଭବ ମହାନ୍ତି ଓ ବିଧାୟକ ଶଶି ଭୂଷଣ ବେହେରା ଗତ ୨୦୧୯ମସିହା ଅକ୍ଟୋବରମାସ ୧୯ତାରିଖରେ ଶୁଭ ଦେଇଥିଲେ । ଗୋବରୀ କେନାଲ ଉପରେ ଏହି ସେତୁ ନିର୍ମାଣ ହେଲେ ଭଗେଶ୍ୱରପୁର, ନସଡିପୁର ସହ ମାଧପୁର ସଂଯୋଗ ହେବା ସହିତ ଏହି ରାସ୍ତା ଦେଇ ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ସଂଯୋଗ ହୋଇପାରିିବ । ଏଥି ସହିତ ସହରରେ ହେଉଥିବା ଭିଡ ଏବଂ ଟ୍ରାଫିକ ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ । ଦୀର୍ଘ ୩ ବର୍ଷ ପରେ କେବଳ ଏହି ସେତୁର ଶୁଭ ଦିଆଯାଇଥିବା ଫଳକଟି ରହିଥିବା ବେଳେ ପୋଲ ନିର୍ମାଣ କିନ୍ତୁ ସମ୍ଭବ ହୋଇପାରିନାହିଁ । ଜିଲ୍ଲା ପ୍ରଶାସନ ବା କେନ୍ଦ୍ରାପଡା ବିଧାୟକ ବା କେନ୍ଦ୍ରାପଡା ସାଂସଦଙ୍କ ଆନ୍ତରିକ ଇଛାଶକ୍ତିର ଅଭାବ ହେତୁ ସେହି ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପାରୁନଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ତୁରନ୍ତ ଏହି ସେତୁର ନିର୍ମାଣ ଆରମ୍ଭ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ