+୩ ବିଜ୍ଞାନ ଛାତ୍ର ନିଖୋଜ : ଭୁବନେଶ୍ୱରରେ ଥିବା ସନ୍ଦେହ

ବୁଗୁଡା, (ଅନିଲ ମହାରଣା): ଗଞ୍ଜାମ ଜିଲ୍ଲାର ଶେରଗଡ଼ ଥାନା ଅନ୍ତର୍ଗତ ଢ଼ିଙ୍କିଶାଳ ଗ୍ରାମାର ସନ୍ତୋଷ ସ୍ୱାଇଁଙ୍କ ପୁଅ ବଳରାମ ସ୍ୱାଇଁ ଗତ ୨୮/୦୭/୨୧ ତାରିଖ ଦିନ ରାତ୍ର ଘରଛାଡି ଭୁବନେଶ୍ୱର ବସରେ ଚାଲିଯାଇଥିବା ଜଣାପଡ଼ିଛି। ବଳରାମ ହିଞ୍ଜିଳିକାଟୁ ମହାବିଦ୍ୟାଳୟର +୩ ବିଜ୍ଞାନର ଛାତ୍ର ଅଟନ୍ତି। ବଳରାମଙ୍କ ବାପା ଓ ମାଆ ସୁରାଟରେ ରହୁଥିବା ବେଳେ ଢ଼ିଙ୍କିଶାଳ ଗ୍ରାମରେ ବଳରାମ ନିଜର ଜେଜେବାପା, ଜେଜେମାଆ, ବଡମାଆ ଓ ବଡ଼ମାଆ ଝିଅ ଭଉଣୀ ଙ୍କ ସହ ରହୁଥିଲେ। ବଳରାମ କିଛିଦିନ ହେଲା କାହା ସହିତ ବହୁ ସମୟ ଧରି ବାରମ୍ବାର ଫୋନରେ କଥାବାର୍ତ୍ତା ହେଉଥିବା ପରିବାର ଲୋକେ କହିଛନ୍ତି। ବଳରାମ ଜୁଲାଇ ୨୮ ତାରିଖ ରାତ୍ର ବସରେ ଭୁବନେଶ୍ୱର ଯାଇଥିବା ବେଳେ ତାଙ୍କ ବଡବାପା ଏହି ବିଷୟରେ ଶେରଗଡ଼ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ନିଖୋଜ ହେବାର ୪ ଦିନ ପରେ ବଳରାମଙ୍କ ବାପା ଗ୍ରାମରେ ପହଞ୍ଚି ଗଞ୍ଜାମ ଏସପି ଓ ଭୁବନେଶ୍ୱର ସାଇବର ଥାନାରେ ମଧ୍ୟ ଅଭିଯୋଗ କରିବା ସହ ନୂତନ ସ୍ମାର୍ଟ ଫୋନର ବିବରଣୀ ପ୍ରଦାନ କରିଛନ୍ତି। ବଳରାମ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହିଥିବା ଶୁଣାଯାଉଛି। ଯଦି କୌଣସି ସହୃଦୟ ବ୍ୟକ୍ତି ନିଜ ପୁଅର ସନ୍ଧାନ ପାଆନ୍ତି ତେବେ ୯୯୭୪୭୮୯୦୨୪ ଫୋନ ନମ୍ବର ରେ ଜଣାଇବାକୁ ବଳରାମଙ୍କ ବାପା ସନ୍ତୋଷ ସ୍ବାଇଁ ଆକୁଳ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ