୩ ମାସରେ ବ୍ରହ୍ମପୁର ପୋଲିସ ପକ୍ଷରୁ କୋଟିଏ ଟଙ୍କା ଜୋରିମାନା ଆଦାୟ

ଦେଢ଼ ହଜାର ଲାଇସେନ୍ସ ରଦ୍ଦ

ଗଞ୍ଜାମ, (ୱାଇଏନ୍‌ଏସ୍‌): ଗତ ୩ ମାସ ମଧ୍ୟରେ ବ୍ରହ୍ମପୁର ପୋଲିସ ପକ୍ଷରୁ କୋଟିଏ ଟଙ୍କା ଜୋରିମାନା ଆଦାୟ ସହ ଦେଢ଼ ହଜାର ଲାଇସେନ୍ସକୁ ରଦ୍ଦ କରାଯାଇଛି । ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ଯାନବାହନ ଯାଂଚ୍ କରାଯାଇ ଓ ଅମାନିଆ ଗାଡି ଚାଳକଙ୍କ ଠାରୁ ଓ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୯୮ ଲକ୍ଷ ୨୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଜାନୁଆରୀ ମାସରେ ୩୫୨୭ ଜଣ ନିୟମଭଙ୍ଗକାରୀଙ୍କ ଠାରୁ ୩୪ ଲକ୍ଷ ୩୬ ହଜାର ଟଙ୍କା ଚାଲାଣ କଟାଯାଇଛି । ସେହିପରି ଫେବୃଆରୀ ମାସରେ ୩୧୪୬ ଜଣଙ୍କ ଠାରୁ ୩୦ ଲକ୍ଷ ୩୬ ହଜାର ଓ ମାର୍ଚ୍ଚ ମାସରେ ସର୍ବାଧିକ ୩୫୩୭ ଜଣଙ୍କ ଠାରୁ ୩୪ ଲକ୍ଷ ୩୬ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି । ବ୍ରହ୍ମପୁର ଟ୍ରାଫିକ୍ ଥାନା ପକ୍ଷରୁ ଏହି ସୂଚନା ମିଳିଛି । ଗତ ୩ ମାସ ମଧ୍ୟରେ ୮୧ ଜଣ ମଦୁଆ ଗାଡି ଚାଳକଙ୍କ ଠାରୁ ଜୋରିମାନା ଆଦାୟ ସା ସେମାନଙ୍କର ଲାଇସେନ୍ସ ରଦ୍ଦ କରାଯାଇଛି । ୩ ମାସ ମଧ୍ୟରେ ପ୍ରାୟ ଦେଢ଼ ହଜାର ଲୋକଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ