୩ ମାସର ପିଡ଼ିଏସ ସାମଗ୍ରୀ ଆଗୁଆ ଘୋଷଣା
କଳାହାଣ୍ଡି-କରୋନା କୁ ପ୍ରତିହତ କରିବା ପାଇଁ ସରକାର ୨୧ ଦିନର ଲକ ଡାଉନ କରିଥିବା ବେଳେ, ରାଜ୍ୟ ସରକାର ୩ ମାସର ପିଡ଼ିଏସ ସାମଗ୍ରୀ ଆଗୁଆ ଦେବାକୁ ଘୋଷଣା କରିଛନ୍ତି । ଏହି କ୍ରମରେ ଭବାନୀ ପାଟଣା ସହର ୨୦ ଟି ୱାର୍ଡ କୁ ଘରେ ଘରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏସଏସଜି ଗ୍ରୁପ ର ମହିଳା ମାନେ ଚାଉଳ, ଗହମ ପେକିଙ୍ଗ କରି ହିତାଧିକାରୀ ଙ୍କ ପାଖକୁ ପହଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ କରିଦେଇଛନ୍ତି ।


