୩ ସମିତିର ୩୨ ଜୋନ୍ରେ ନିର୍ବାଚନ ଶେଷ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଧିନ ପଧାନପଡା, ଚାଇଁପୁର, କେନ୍ଦୁଆପଦା ସମବାୟ ସମିତିରେ ବୋର୍ଡ ସଭ୍ୟ ପାଇଁ ନିର୍ବାଚନ ଶେଷ ହୋଇଛି । ପଧାନପଡା ସମିତିରେ ୧୪ ଜୋନ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୭୩୫ ଭୋଟର ମଧ୍ୟରୁ ୬୫୦ ମତଦାନ ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ତପନ କୁମାର ସେଠୀ, ପ୍ରିଜାଡିଂ ଅଫିସର ଭାବେ ବିବେକାନନ୍ଦ ବିଶ୍ୱାଳ, ପୁଲିଂ ଅଫିସର ଭାବେ ଅଶୋକ ସାହୁ, ମାନସ ରଞ୍ଜନ ବାରିକ, ଗୋପିନାଥ ଓଝା ଥିବା ବେଳେ ସଂପାଦକ ନାରାୟଣ ସାହୁ, ସହସଂପାଦକ ସେକ୍ ଗୋଲାମ, କର୍ମଚାରୀ ଦିବାକର ବେହେରା ସହଯୋଗ କରିଥିଲେ । ଚାଇଁପୁର ସମିତିରେ ୧୦ ଜୋନ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୦୯ ଭୋଟର ମଧ୍ୟରୁ ୨୯୦ ମତଦାନ ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ନିରାର ସାହୁ, ପ୍ରିଜାଡିଂ ଅଫିସର ଭାବେ ବ୍ରଜକିଶୋର ବିଶ୍ୱାଳ, ପୁଲିଂ ଅଫିସର ଭାବେ ମାନସ ପଣ୍ଡା, ପ୍ରଶାନ୍ତ ଦାସ, ସନାତନ ବେହେରା ଦାୟୀତ୍ୱ ତୁଲାଇଥିବା ବେଳେ ସଂପାଦକ ଦୀନବନ୍ଧୁ ସାମଲ ସହଯୋଗ କରିଥିଲେ । କେନ୍ଦୁଆପଦା ସମିତିରେ ୮ ଜୋନ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୬୪ ଭୋଟର ମଧ୍ୟରୁ ୨୩୪ ମତଦାନ ହୋଇଥିଲା । ନିର୍ବାଚନ ଅଧିକାରୀ ଭାବେ ଉମାକାନ୍ତ ନାୟକ, ପ୍ରିଜାଡିଂ ଅଫିସର ଭାବେ ମନୋଜ କୁମାର ନାୟକ, ପୁଲିଂ ଅଫିସର ଭାବେ ଈଶ୍ୱର ଜେନା ଦାୟୀତ୍ୱ ତୁଲାଇଥିବା ବେଳେ ସଂପାଦକ କାମିନୀକାନ୍ତ ପଣ୍ଡା, ସହସଂପାଦକ କାର୍ତ୍ତିକ ଘଡେଇ, ବିଦ୍ୟାଧର ପେରେଇ, ଡିଇଓ ଅନୀଲ ପାତ୍ର, ସୁବାଶିଷ ଲେଙ୍କା ସହଯୋଗ କରିଥିଲେ । ପ୍ରକାଶ ଥାଉକି, ପଧାନପଡାରେ ୧, ଚାଇଁପୁରରେ ୫, କେନ୍ଦୁଆପଦାରେ ୭ ଜଣ ବୋର୍ଡ ସଭ୍ୟ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ ।