୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ ଠାବ

ପାକିସ୍ତାନର ଖୈବର ପଖସ୍ତୁନଖ୍ୱା ଅଞ୍ଚଳରୁ ଠାବ ହୋଇଛି ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ । ପାକିସ୍ତାନ ଏବଂ ଇଟାଲୀର ପ୍ରତ୍ନତତ୍ତ୍ୱବିତ୍‌ମାନେ ସ୍ୱାତ୍ ଜିଲ୍ଲାର ବାରିକୋଟ୍‌ରେ ଥିବା ଏହି ଐତିହାସିକ ସ୍ଥାନରେ ମିଳିତ ଭାବେ ଖନନ କରୁଛନ୍ତି । ଏଠାରୁ ମନ୍ଦିରର ଭଗ୍ନାବଶେଷ, ମାଟି ପାତ୍ର, ମୁଦ୍ରା ଆଦି ମିଳିଛି । ଗ୍ରୀକ୍ ବୀର ସିକନ୍ଦର(ଆଲେକ୍ସଜାଣ୍ଡାର) ଖ୍ରୀଷ୍ଟପୂର୍ବ ୩୨୬ରେ ଏଠାକୁ ଆସିଥିବା କୁହାଯାଉଛି । ସେ ବେଜିରା ନାମକ ଏହି ସହରରେ କେତେକ ଦୁର୍ଗ ନିର୍ମାଣ କରିଥିବା ପ୍ରତ୍ନତତ୍ତ୍ୱବିତ୍‌ମାନେ କହିଛନ୍ତି । ସିକନ୍ଦରଙ୍କ ଆକ୍ରମଣ ପୂର୍ବରୁ ଏଠାରେ ଇଣ୍ଡୋ-ଗ୍ରୀକ୍‌, ବୌଦ୍ଧ ଏବଂ ହିନ୍ଦୁମାନେ ବସବାସ କରୁଥିବାର ଅନୁମାନ କରାଯାଉଛି । ୫ ହଜାର ବର୍ଷ ତଳେ ଏଠାରେ ଲୋକେ ବସବାସ କରିବା ଆରମ୍ଭ କରିଥିଲେ ବୋଲି ଗବେଷକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ