୪ଟି ଜିଲ୍ଲାପରିଷଦ ପଦପାଇଁ ନାମାଙ୍କନ ଦାଖଲ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକର ୪ଟି ଜିଲ୍ଲାପରିଷଦ ଜୋନ ପାଇଁ ଆଜି ବିଜେଡି ପକ୍ଷରୁ ନାମାଙ୍କନପତ୍ର ଦାଖଲ କରାଯାଇଛି । ୩୭ନମ୍ବର ଜୋନ ପାଇଁ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ୩୬ନମ୍ବର ଜୋନର ବିଜେଡି ପ୍ରାର୍ଥୀ କୌଶଲ୍ୟା ସେଠୀ, ୩୪ନମ୍ବର ଜୋନର ବିଜେଡି ପ୍ରାର୍ଥୀ ସୋମନାଥ ଦାସ, ୩୫ନମ୍ବର ଜୋନର ବିଜେଡି ପ୍ରାର୍ଥୀ ସୁକାନ୍ତୀ ଜେନା ବିଜେଡି ଟିକେଟ ପାଇବାପରେ ଆଜି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ୩୭ନମ୍ବର ଜୋନର ବିଜେଡି ପ୍ରାର୍ଥୀ ବିମ୍ବାଧର ବିଶ୍ୱାଳ ଆଜି ସକାଳୁ ଭାଟିଆଶୁଣି ମନ୍ଦିର ଓ ଛେନାପଦିଛକ ସ୍ଥିତ ମା ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ଶତାଧିକ ସମର୍ଥକଙ୍କ ସହ ଆନନ୍ଦପୁର ବିଧାୟକଙ୍କ ନକିଟରେ ପହଞ୍ଚିବାପରେ ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତାଙ୍କ ସହିତ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ମାର୍କଣ୍ଡ ଚରଣ ଓଝା, ରତିକାନ୍ତ ରାଉତ, ରବିନ୍ଦ୍ର ନାୟକ, ବିଜୟ ରାଉତ, ପ୍ରତାପ ଦେଓ, ଶ୍ରୀଧର ବେହେରା, ବିରେନ୍ଦ୍ର ବିଶ୍ୱାଳ, ଅନାଥ ନାୟକ, ସନ୍ତୋଷ ନାୟକ, ରଞ୍ଜନ ପହି, ଅମରେନ୍ଦ୍ର ଧଳ, ତରିଣୀ ସେନାପତି, ଶିଶିର ବେହେରା, ରାମଚନ୍ଦ୍ର ନନ୍ଦ, ଧୁଶାସନ ବେହେରା, ସୁବାସ ଦୋରା, ଅରୁଣ କୁମାର ନାୟକ , ଚକ୍ରଧର ପୁହାଣ, ବରଦା ପ୍ରସନ୍ନ ନାୟକ, ବାବୁଲି ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।