୪ଟି ପରୀକ୍ଷାକେନ୍ଦ୍ରରେ ୭୮୩ ଯୁକ୍ତ ଦୁଇ ପରୀକ୍ଷାର୍ଥୀ

ହାଟଡ଼ିହି, : ଆରମ୍ଭ ହୋଇଥିବା ଯୁକ୍ତ୨ ପରୀକ୍ଷାରେ ହାଟଡିହି ବ୍ଲକର ହାଟଡିହି କଲେଜ, ଛେନାପଦି ବିଶ୍ୱତାରିଣୀ ମହିଳା କଲେଜ, ସୋସୋର ବଉଳା କଲେଜ ଓ ଷଡଙ୍ଗ ଯୁକ୍ତ ୨କଲେଜରେ ମୋଟ ୭୮୩ଜଣ ଯୁକ୍ତ୨ ପରୀକ୍ଷାର୍ôଥ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି । କେବଳ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଆସନ୍ତା କାଲି ଠାରୁ ଆରମ୍ଭ ହେଉଥିବା ବିଜ୍ଞାନ ପରୀକ୍ଷାରେ ୬୧ଜଣ ପରୀକ୍ଷା ଦେବାକୁ ଥିବାବେଳେ ବାଣିଜ୍ୟରେ ୪୪ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି । ଏହି କଲେଜରେ କଳାରେ ୨୪୪ଜଣ ପରୀକ୍ଷା ଦେବାକୁ ଥିବାବେଳେ ବଉଳା କଲେଜ ସୋସୋରେ କଳାରେ ୨୦୨ଜଣ, ସଡଙ୍ଗ ମହାବିଦ୍ୟାଳୟରେ ୬୪ଜଣ, ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ୧୧୨ଜଣ ପରୀକ୍ଷାଥୀ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି । ପ୍ରତି ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ବ୍ୟବହୃତ ହେଉଥିବାରୁ ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ହେବାର ଆଶା କରାଯାଉଛି । ହାଟଡିହି କଲେଜରେ ୧୬ଟି ସିସି କ୍ୟାମେରା ଲଗାଯାଇଥିବାବେଳେ ଛେନାପଦି ବିଶ୍ୱତାରିଣୀ ମହିଳା କଲେଜରେ ୧୧ଟି, ବଉଳା କଲେଜ ସୋସୋରେ ୧୨ଟି ଓ ଷଡଙ୍ଗ କଲେଜରେ ୭ଟି କ୍ୟାମେରା ଲଗାଯାଇଛି । ପରୀକ୍ଷାକେନ୍ଦ୍ର ବାହାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ପୋଲିସ ମୃତୟନର ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ