୪ଟି ଶର୍ଯ୍ୟା ବିଶିଷ୍ଟ ନିଃଶୁଳ୍କ ଡାୟାଲିସିସ୍ ସେବାର ଶୁଭଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ୪ଟି ଶର୍ଯ୍ୟା ବିଶିଷ୍ଟ ନିଃଶୁଳ୍କ ଡାୟାଲିସିସ୍ ସେବାର ଶୁଭଉଦଘାଟନ ହୋଇଯାଇଛି । ଏହାକୁ ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ, ସଂସଦୀୟ ବ୍ୟାପର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗୀୟ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭଉଦଘାଟନ କରିଥିଲେ । ଏହି ଚିକିତ୍ସାଳୟ ଉପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସମେତ ଖଲ୍ଲିକୋଟ ବ୍ଲକ ଓ ପଡୋଶୀ ଜିଲା ପୁରୀର କୃଷ୍ଣପ୍ରସାଦ ବ୍ଲକର ଜନସାଧାରଣମାନେ ନିର୍ଭର କରିଥାନ୍ତି । ଏହି ସେବା ଜରିଆରେ ଲୋକମାନେ ଆଉ ଦୁର ସ୍ଥାନକୁ ଯିବାକୁ ପଡିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ । ଗଞ୍ଜାମ ଜିଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ହେଉଛି ମୋହନ ସରକାରଙ୍କ ପ୍ରାଥମିକତା, ସାରା ରାଜ୍ୟରେ ଡାକ୍ତର ସମେତ ନର୍ସ ର ଅଭାବ ରହିଛି ତାହା ଆଗାମି ଦିନରେ ପୂରଣ ହେବ ବୋଲି କହିଥିଲେ । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଓଡିଶା ସରକାର ଏବଂ ଏସ୍କାଗ ସଞ୍ଜିବନୀର ମିଳିତ ପ୍ରୟାସରେ ଏହି ସେବା ମେଡିକାଲରେ ମିଳିବ । ସପ୍ତାହକୁ ରବିବାର ବ୍ୟତିତ ୬ ଦିନ ଏହି ସେବା ଯୋଗାଇ ଦିଆଯିବ ବୋଲି ଦାୟିତ୍ୱ ନେଇଥିବା ଏସ୍କାଗ ସଞ୍ଜିବନୀ ପକ୍ଷରୁ କୁହାଯାଇଛି । ଓଡିଶାର ୩୨ ଟି ସରକାରୀ ମେଡିକାଲରେ ଏହି ସେବା ଯୋଗଇ ଦିଆଯାଉଛି ବୋଲି ଏସ୍କାଗ ସଞ୍ଜିବନୀ ପକ୍ଷରୁ ସୂଚନା ମିଳିଛି । ଜଣେ ଡାକ୍ତର, ଦୁଇ ଟେକ୍ନସିଆନ, ଜଣେ ଏଟେଡେଂଟ ଓ ଜଣେ ଗୃପ ଡି କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଡ଼ଃ .ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା , ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡା , ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପା ରାଓ ,ଛତ୍ରପୁର ବ୍ଲକ ଉପାଧକ୍ଷା ଏସ୍.ସାରଦା ରେଡି, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଫୁଲ ଚନ୍ଦ୍ର ଗୈାଡ ,ମୁନିସି ପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷୀକ ଡାକ୍ତର ସ୍ୱାଧୀନ ରଥ,ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ସମସ୍ତ ଡାକ୍ତର ,ନର୍ସ ଓ କର୍ମଚାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।