୪ଦିବସୀୟ ବିଶ୍ଵ ଶାନ୍ତି ଯଜ୍ଞ ମହାସମାରୋହରେ ଅନୁଷ୍ଠିତ

ରାଇରଙ୍ଗପୁର:ବିଶ୍ବ ମାନବ ସମାଜର ମେରୁଦଣ୍ଡ ହଲାଇ ଦେଇଛି’ ‘କରୋନା’ ଭାଇରସ ।ସାରା ମାନବ ସମାଜ ଆଜି ଭୟଭୀତ ।ବାଟ ମିଳୁନି । ମସଜିଦରେ ରେ ନମାଜ ହେଉନି,ଚର୍ଚରେ ବାଇବେଲ ପଢା ହେଉନି, ମନ୍ଦିରରେ ଘଣ୍ଟ ବାଜୁନି ।ଘର ଏକ ମନ୍ଦିର ।ଘର ପାଲଟିଛି ମନ୍ଦିର, ମସଜିଦ,ଗୁରୁଦ୍ୱାର,ଚର୍ଚ୍ଚ ।ଘର ଭିତରେ ପ୍ରଭୁଙ୍କ ପାଖରେ ଶରଣ ତୁ ହିଁ ତୋତେ ରଖ । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ବ୍ରାହ୍ମଣ ସମାଜ ତରଫରୁ ସମଗ୍ର ବିଶ୍ବରେ ‘କରୋନା’ଭାଇରସ ପ୍ରକୋପରୁ ମାନବ ସମାଜ ରକ୍ଷା ପାଉ ଏବଂ ବିଶ୍ବରେ ଶାନ୍ତି ଫେରି ଆସୁ ଏଭଳି ମହାନ ଚିନ୍ତା ନେଇ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢୀ ଗ୍ରାମର ପ୍ରତ୍ୟକ୍ଷ ଦେବତା ବାବା ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ୪ଦିବସୀୟ ବିଶ୍ବ ଶାନ୍ତି ମହାଯଜ୍ଞ ମହାସମାରୋହରେ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ମହାଯଜ୍ଞରେ କର୍ତ୍ତା ହୋଇଥିଲେ ଈଶ୍ବର ପ୍ରହରାଜ ଏବଂ ତାଙ୍କର ସହଧର୍ମିଣୀ । ଏଥିରେ ବିଶିଷ୍ଟ ପଣ୍ଡିତ ବଳରାମ ମହାପାତ୍ର,ମାନସ ରଂଜନ ଦାସ, ସୁଧାଂଶୁ ପ୍ରସାଦ ମିଶ୍ର,ନିଳ ରତ୍ନ ସାମନ୍ତରାୟ, ପ୍ରସନ୍ନ ଷଡଙ୍ଗୀ ପ୍ରମୁଖ ।ପ୍ରଥମ ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିତୀୟ ଦିନ କର୍ତ୍ତା ଖଡଖାଈ ନଦୀରୁ ଜଳ ଆଣି ଜଳାଧିବେଶ କରିବା ସ‌ ପ୍ରଥମ ଦିନ ଯଜ୍ଞ କାର୍ଯ୍ୟ ଆରମ୍ଭ କରିଥିଲେ । ତୃତୀୟ ହସ ଦିନ ତମାମ‌ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ । ତଦଦ ସହ ୯ଜଣ ବ୍ରାହ୍ମଣ ପିଲାମାନଙ୍କର ଅନୁଷ୍ଠାନ ତରଫରୁ ମାଗଣାରେ ବ୍ରତୋପୟନ କରାଯାଇଥିଲା ।ଶେଷ ବା ଚତୁର୍ଥ ଦିନ ଯଜ୍ଞକର୍ମ ପୂର୍ଣ୍ଣାହୁତି କରାଯାଇଥିଲା ଓ ସମଗ୍ର ବାମନଘାଟି ଉପଖଣ୍ଡର ବ୍ରାହ୍ମଣ ସମାଜର ୫୦୦ ରୁ ଉର୍ଦ୍ଧ୍ବ ଏକ ବିଶାଳ ବଂଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଅନ୍ନପ୍ରସାଦ ମାଗଣାରେ ବଣ୍ଟନ କରାଯାଇଥିଲା ।୪ ଦିନ ଧରି ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ହୋଇଯାଇଥିଲା ।ଶଙ୍ଖ,ଘଣ୍ଟ, ହୁଳହୁଳି ଓ ବେଦମନ୍ତ୍ର ରେ ସମଗ୍ର ଅଂଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଉଠିଥିଲା । ପୃଥିବୀରୁ କରୋନା ଭାଇରସ ଦୂର ହେଉ, ଲୋକେ ସୁଖ, ଶାନ୍ତି, ସମୃଦ୍ଧ,ଐଶ୍ୱର୍ଯ୍ୟବନ୍ତ ହୁଅନ୍ତୁ । ଏହାହିଁ ଥିଲା ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କ ଲକ୍ଷ । ଏଥିରେ ବାମନ ଘାଟି ଉପଖଣ୍ଡ ସମେତ ପଡୋଶୀ ଝାଡଖଣ୍ଡ , ପଶ୍ଚିମବଙ୍ଗର ବହୁ ବ୍ରାହ୍ମଣ ସମାଜର ଲୋକେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ପ୍ରଥମ ଥର କରି ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭାର ଶାଖା,ବାମନ ଘାଟି ତରଫରୁ ବିଶ୍ଵଶାନ୍ତି ମହାଯଜ୍ଞ କରା ଯାଇଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବରିଷ୍ଠ ଓକିଲ ପ୍ରଭାସ କବି, ସଂପାଦକ ପ୍ରସନ୍ନ ଷଡଙ୍ଗୀ, ନୃସିଂହ ଦାସ,ସୁଧିର ମିଶ୍ର,ଅଂଶ୍ବନି ପଣ୍ଡା,ଶର୍ମା ନନା ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟ କ୍ରମ ଶାନ୍ତି ଶୃଙ୍ଖଳା ସହ ସଂପନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ