୪ର୍ଥ କପିଳାସ ମହୋତ୍ସବରେ ଗଜପତିର ପ୍ରିୟଙ୍କାଙ୍କୁ ରାଜ୍ୟ ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମାଇକ୍ରୋମିଡ଼ିଆ ଓ ଭକ୍ତି ବିନୋଦ ସ୍ମୃତି ସଂସଦ ତରଫରୁ ମିଳିତ ଭାବେ ନଭେମ୍ବର ମାସ ୭ ତାରିଖରେ କପିଳାସ ପୀଠରେ ଉଦ୍ଘାଟନ ହେବା ସହ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏତଦ୍ ବ୍ୟତୀତ ନଭେମ୍ବର ୧୧ , ୧୨ , ୧୩ ତାରିଖରେ ୪ର୍ଥ କପିଳାସ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ -୨୦୨୨ ଢେଙ୍କାନାଳର ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପ୍ରତିଭାଧାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର ସୁଶ୍ରୀ ଡି. ପ୍ରିୟଙ୍କାଙ୍କୁ ରାଜ୍ୟ ପ୍ରତିଭା ସମ୍ମାନ -୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ରାଜ୍ୟ ସ୍ତରୀୟ ପ୍ରତିଭା ଚୟନର ପ୍ରତିଯୋଗିତାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ନୃତ୍ୟ ନିର୍ଦ୍ଦେଶିକା ଡି .ପ୍ରିୟାଙ୍କଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଓଡିଶୀ ନୃତ୍ୟରେ ଅନୌଷ୍ଚା ଅନହିତା ସାହୁ ୨ୟ ସ୍ଥାନ ଅଧିକାର କରିଥିବା ବେଳେ ରିଶୀତା ପାତ୍ର ,ଦିବ୍ୟା ପୂଜାରୀ ,ତନୀଷା ବେବର୍ତ୍ତା ଓ ଅନୌଷ୍ଚା ଅନହିତା ସାହୁ ଦଳଗତ ସମ୍ବଲପୁରୀ ନୃତ୍ୟରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଯାହାଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ