୪୦ଭରଣ ଆଖୁ ଫସଲ ପୋଡି ପାଉଁଶ

ଶେରଗଡ,(ଦେବୀ ପ୍ରସାଦ ଦାଶ):ଶେରଗଡ ବ୍ଳକ ଅନ୍ତର୍ଗତ ତାକରଡା ଗ୍ରାମପଞ୍ଚାୟତର ତାକରଡା ଗ୍ରାମରେ ବୁଧବାର ଅପରାହ୍ନ ପ୍ରାୟ ୫ଟା ବେଳେ ନିଆଁ ଲାଗି ୪୦ଭରଣ ଆଖୁ ଫସଲ ପୋଡି ପାଉଁଶ ହୋଇଯାଇଛି ଖବର ପାଇ ଶେରଗଡ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସମସ୍ତ ୪୦ଭରଣ ଆଖୁ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ପ୍ରକାଶ ଥାଉକି ଆଖପାଖର ହଣାଯାଇଥିବା ଆଖୁ ମୁଳକୁ ପୋଡିବାକୁ ନିଆଁ ଲଗାଇଥିବା ବେଳେ ଅତ୍ୟଧିକ ଖରା ଓ ପବନ ଯୋଗୁଁ ନିଆଁକୁ ରୋକି ନ ପାରିବାରୁ ଆଖୁ ବିଲ ଭିତରକୁ ନିଆଁ ଲାଗିଯାଇଥିଲା । ଏଥିରେ କବିରାଜ ପ୍ରଧାନ,କବି ନାୟକ,ରଘୁ ବେହେରା, କବି ବେହେରା ଓ ବାଳକୃଷ୍ଣ ଜାନିଙ୍କ ୪୦ଭରଣ ପୋଡି ନଷ୍ଟ ହୋଇଯାଇଛି ।ସେପେଟେ ଆହୁରି ୧୦୦୦ଭରଣର ଆଖୁ ଥିଲେ ମଧ୍ୟ ଚିନିକଳ ୭ତାରିଖ ପରେ ବନ୍ଦ ହେବାକୁ ଯାଉଛି ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ