୪୦ସିପ୍ଟରୁ ଉର୍ଦ୍ଧ କାଠ ଜବଦ

ହାଟଡିହି,(ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରୁ ଆଜି ହଦଗଡ ବନ ବିଭାଗ ପକ୍ଷରୁ ୪୦ସିପ୍ଟରୁ ଉର୍ଦ୍ଧ ଶାଳ କାଠ ଜବଦ କରାଯାଇଛି । ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରେ ଏହି କାଠ ରଖାଯାଇଥିବାବେଳେ କୌଣସି ସୁତ୍ରରୁ ଖବରପାଇ ହଦଗଡ ରେଞ୍ଜର ସୁମିତ ମହାନ୍ତିଙ୍କ ସମେତ ବନକର୍ମଚାରୀ ମାନେ ତାଙ୍କ ବାଡିରେ ଚଢ଼ାଉ କରି କାଠ ଗୁଡିକୁ ଜବଦ କରିଥିଲେ । ଜବଦ କାଠର ଆନୁମାନିକ ମୁଲ୍ୟ ୫୦ହଜାରରୁ ଉର୍ଦ୍ଧ ହେବ ବୋଲି ରେଞ୍ଜର ସୁଚନା ଦେଇଛନ୍ତି । ଘର ମାଲିକଙ୍କ କହିବାନୁଯାଇ ଆଜି ସକାଳୁ ସକାଳୁ ଏକ ବୋଲେରୋ ଗାଡିକୁ କେହି ପିଛା କରୁଥିବାବେଳେ ବୋଲେରୋ ଗାଡିଟି ଏହି କାଠ ଗୁଡିକୁ ରାସ୍ତାରେ ପକାଇ ଦେଇ ପଳାଇବାପରେ ସେମାନେ ତାକୁ ଆଣି ବାଡିରେ ରଖିଥିଲେ ବୋଲି ରେଞ୍ଜରଙ୍କୁ କହିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ