୪୦୭ ଗାଡି ଓଲଟି ଜଣେ ମୃତ ଅନ୍ୟମାନେ ଗୁରୁତର
ଥୁଆମୂଳ ରାମପୁର,(ରଥ ଦୁରିଆ):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୋହନଗିରି ନିକଟରେ ଭାରସାମ୍ୟ ହରାଇ ଏକ ୪୦୭ ଗାଡି ଓଲଟିବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାର ସ୍ଥଳରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୈବଲ୍ୟ ସେଠ୍ ଏବଂ କର୍ଲାପାଟ ଥାନା ଏ.ଏସ୍ଆଇ ଅଜୟ ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ସୂଚନା ମୁତାବକ ମୃତ ବ୍ୟକ୍ତି ଜଣକ ହେଉଛନ୍ତି କେଲୁଆ ଗ୍ରାମର ଜଳଧର ବାଗ(୬୩) ବୋଲି ଜଣାପଡିଛି।ଶୁକ୍ରବାର ଦିନ ୧୧ ସମୟରେ ନାକୁରୁଣ୍ଡି ଠାରୁ ଓଆର୍ ୦୮ଜି ୪୨୧୧ ନମ୍ବରର ୪୦୭ ଗାଡ଼ିରେ ଫେରୁଥିବା ବେଳେ ମୋହନଗିରି ନିକଟରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା।ଫଳରେ ଗାଡି ତଳେ ଚାପି ହୋଇ ଜଳଧରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଡାକ୍ତରଖାନାକୁ ପଠାଇଥିବା ବେଳେ ଯେହେତୁ ସଂଧ୍ୟା ହୋଇଥିବା ଯୋଗୁଁ ଶନିବାର ଶବ ବ୍ୟବଚ୍ଛେଦ ହେଲାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କର୍ଲାପାଟ ପୋଲିସ ପକ୍ଷରୁ ସୂଚନା ମିଳିଛି।ହେଲେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଗାଡିର ଡ୍ରାଇଭର ଫେରାର ଥିବା ଜଣାପଡିଛି।