୪୦୭ ମିନି ଟ୍ରକ ଧକ୍କାରେ ବାଇକ ଆରୋହି ମୃତ୍ୟୁ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ପୋଲସରା ରୋଡ଼ରେ ଥିବା ସନ୍ତୋଷି ମା ମନ୍ଦିର ନିକଟରେ ୪୦୭ ମିନିଟ୍ରକ ଓ ବାଇକ ମୁହାଁମୁହିଁ ହୋଇ ସଡକ ଦୁର୍ଘଟଣା ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ବୁଗୁଡା ଥାନା ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତ, ବରଡିପଲ୍ଲି ଗ୍ରାମର ରାଜେଶ ସେଠୀ ଏକ ବାଇକ ଓଆର ୦୭ ପି ୩୩୫୭ ରେ ବୁଗୁଡା ସହର ଅତିକ୍ରମ କରି ପୋଲସରା ଅଭିମୁଖେ ଯାଉଥିବା ସମୟରେ ସନ୍ତୋଷି ମା ମନ୍ଦିର ନିକଟରେ ପୋଲସରା ଦିଗରୁ ବୁଗୁଡା ଅଭିମୁଖେ ଆସୁଥିବା ଓଆର ୦୭ ଏନ ୫୧୮୦ ମିନିଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ରାଜେଶକୁ ଗଭୀର ଆଘାତ ଲାଗି ଗୁରୁତର ଅବସ୍ଥାରେ ତଳେ ପଡ଼ିଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ରାଜେସଙ୍କୁ ବୁଗୁଡା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣଥିଲେ। ହେଲେ ଡାକ୍ତର ରାଜେସଙ୍କୁ ମୂତ୍ୟୁ ଘୋଷଣା କରିଥିଲେ । ରାଜେଶଙ୍କ ମୃତ୍ୟୁ ଖବର ପ୍ରଚାର ହେବାପରେ ଉତ୍ତ୍ୟକ୍ତ ଜନସାଧାରଣ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳରେ ବୁଗୁଡା ପୋଲିସ ଥାନା ଅତିରିକ୍ତ ଆରକ୍ଷୀ ନିରୀକ୍ଷିକା ଶର୍ମିଷ୍ଠା ପ୍ରଧାନ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।ବୁଗୁଡା ପୋଲିସ ଉଭୟ ବାଇକ୍ ଓ ୪୦୭ ଗାଡିକୁ ଜବତ କରିବା ସହ ଡାକ୍ତରଖାନାରେ ରାଜେଶଙ୍କ ମର ଶରୀରକୁ ମଧ୍ୟ ଜବତ କରିଥିଲେ। ଏନେଇ ବୁଗୁଡା ଥାନା କେସ ନଂ ୫୭୫/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ ୪୦୭ ମିନି ଟ୍ରକ ଡ୍ରାଇଭରକୁ ଅଟକ ରଖି ଅନୁସନ୍ଧାନ ଜାରି ରଖିଛନ୍ତି। ଶବବ୍ୟବଛେଦ ପାଇଁ ପଠାଇବାର ବ୍ୟବସ୍ଥା ହେଉଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ସନ୍ତୋଷି ମା ମନ୍ଦିର ନିକଟରେ ଅଳ୍ପଦିନ ପୂର୍ବେ ଦୁଇ ବାଇକ ଆରୋହି ମୃତ୍ୟୁ ବରଣ କରିଥିଲେ। ସେହି ସ୍ଥାନରେ ରାସ୍ତା ମୋଡ଼ ଥିବା ବେଳେ ମୋଡର ଭିତର ପାର୍ଶ୍ୱରେ ସନ୍ତୋଷି ମା ମନ୍ଦିର ଓ ଗଛ ପତ୍ର ଥିବା ଯୋଗୁ ଗାଡି ଚାଳକମାନେ ବିପରୀତ ଦିଗରୁ ଆସୁଥିବା ଯାନବାହାନକୁ ଦେଖିପାରୁ ନଥିବା ଯୋଗୁଁ ବହୁ ଦୁର୍ଘଟଣା ଘଟି ବହୁ ଅମୂଲ୍ୟ ଜୀବନ ଚାଲି ଗଲାଣି । ପ୍ରଶାସନ ଦୁର୍ଘଟଣା ଏଡ଼ାଇବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣ ରେ ଦୃଢ଼ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ