୪୦ୱାର୍ଡ ସଭ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଭଣ୍ଡାରିପୋଖରୀ ବ୍ଲକର ୨୩ଗୋଟି ପଂଚାୟତ ଏବେ ସରଗରମ ହୋଇଉଠିଛି । ନାମାଙ୍କନ ପତ୍ର ପ୍ରତ୍ୟାହାର ପରେ ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ଏବେ ପଂଚାୟତର ଘର ଘର ବୁଲି ପ୍ରଚାର କରୁଥିବା ଜଣାଯାଇଛି । ସୂଚନା ଅନୁଯାୟୀ ୨୩ଗୋଟି ପଂଚାୟତର ୪୦ଜଣ ୱାର୍ଡ ସଭ୍ୟ ସଭ୍ୟା ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହାଛଡା ଜଳମଣ୍ଡୁଆ, ସରସଦା, ବନ୍ଦାଳୋ-ମଢ଼ିଆଳି, ମାଳଦା, ରହଣିଆ ଓ ବାଲିପୋଖରୀ ପଞ୍ଚାୟତର ଗୋଟିଏ ଲେଖାଏଁ ୱାର୍ଡରୁ କୌଣସି  ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ସେହିଭଳି ଷୋଳମପୁର ଓ ନପଙ୍ଗ ପଞ୍ଚାୟତର ୨ଟି ଲେଖାଏଁ ୱାର୍ଡରୁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ଉକ୍ତ ସ୍ଥାନରୁ ଆସନ୍ତା ୨୯ତାରିଖ ଠାରୁ ନାମାଙ୍କନ ପତ୍ର ଦାଖଲ ହେବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ