୪୦ ଗ୍ରାମ ବ୍ରାଉନସୁଗାର ସହିତ ସ୍କୁଟି ଜବତ, ଜଣେ ଗିରଫ

ନିମାପଡା, ( ସନ୍ତୋଷ ଦାଶ) :-ଗତକାଲି କାକଟପୁର ଥାନା ପକ୍ଷରୁ ରାତ୍ର ପେଟ୍ରୋଲିଂ ଚାଲିଥିବା ସମୟରେ କାକଟପୁର ଥାନା ଅଧିନସ୍ଥ କୂଅପଦା ଗ୍ରାମର ଶଙ୍କର ଦାସ (୪୫) ପୋଲିସ ହାବୁଡ଼ରେ ପଡ଼ିଥିଲେ । ଚେକିଂ ବେଳେ ତାଙ୍କ ନିକଟରୁ ପ୍ରାୟ ୪୦ ଗ୍ରାମର ବ୍ରାଉନ ସୁଗାର ସହିତ ଗୋଟିଏ ସ୍କୁଟି, ୧ ଶହ ଟଙ୍କା ଏବଂ ମୋବାଇଲ ଫୋନ ଜବତ କରାଯାଇଥିଲା । ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବାପରେ କଟକ, ଜଗତସିଂହପୁର ଓ ବାଲେଶ୍ୱର ଅଞ୍ଚଳର ଚୋରା ବ୍ରାଉନସୁଗାର ବ୍ୟବସାୟୀଙ୍କ ସହିତ ସେ ସମ୍ପର୍କ ରଖି କାକଟପୁର ଅଞ୍ଚଳରେ ଧଳାଜହର ବ୍ୟବସାୟ ଚଳାଇ ଆସୁଥିଲେ ବୋଲି ଜଣା ପଡିଥିଲା । ଆଜି ପୋଲିସ ଅଭିଯୁକ୍ତ ଶଙ୍କର କୁ କୋର୍ଟ ଚାଲାଣ କରିଥିବା ବେଳେ ଏ ସଂକ୍ରାନ୍ତରେ କାକଟପୁର ଥାନା ରେ ଏନଡ଼ିପିଏସ ଆକ୍ଟ ୯୦/୨୨ରେ ଏକ ମାମଲା ରୁଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ