୪୦ ଡିଗ୍ରୀ ଉପରେ ୧୬ ସହର

ଭୁବନେଶ୍ୱର (‌ୱାଇଏନ୍‌ଏସ୍‌): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏହି କ୍ରମରେ ମଙ୍ଗଳବାର ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୪.୬ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠାରୁ ଉତପ୍ତ ସହର ରହିଥିଲା ।
ସେହିପରି ତାଳଚେରରେ ତାପମାତ୍ରା ୪୨.୭ ଡିଗ୍ରୀ ରହିଥିବା ବେଳେ ବୌଦ୍ଧରେ ୪୨.୫, ବଲାଙ୍ଗିରରେ ୪୨.୨, ଝାରସୁଗୁଡ଼ାରେ ୪୨.୨, ଟିଟିଲାଗଡ଼ରେ ୪୨, ଅନୁଗୋଳରେ ୪୧.୯, ସୋନପୁରରେ ୪୧.୮, ନୟାଗଡ଼ରେ ୪୧.୭, ବାଲେଶ୍ୱରରେ ୪୧.୪, ହୀରାକୁଦରେ ୪୧.୪, ସମ୍ବଲପୁରରେ ୪୧.୩, ସୁନ୍ଦରଗଡ଼ରେ ୪୧, ଭବାନୀପାଟଣାରେ ୪୧, ମାଲକାନଗିରିରେ ୪୧ ଓ କଟକରେ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି ।ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀ ରହିଥିଲା । ଚାନ୍ଦବାଲିରେ ତାପମାତ୍ର ୩୯.୨ ଡିଗ୍ରୀ ରହିଥିବା ବେଳେ ପାରାଦୀପରେ ୩୧.୬, ଗୋପାଳପୁରରେ ୩୨, ପୁରୀରେ ୩୩, କେନ୍ଦୁଝରରେ ୩୯, କୋରାପୁଟରେ ୩୬, ଦାରିଙ୍ଗବାଡ଼ିରେ ୩୬, ଛତ୍ରପୁରରେ ୩୫ ଓ ପାରଳାଖେମୁଣ୍ଡିରେ ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ