୪୨ମୌଜାରେ କଂଗ୍ରେସ ପକ୍ଷରୁ ବାବା ସାହେବଙ୍କ ଜୟନ୍ତି ପାଳିତ
ବୟାଳିଶମୌଜା, (ଯୁଗାବ୍ଦ ନ୍ୟୁଜ) : କଟକସଦର ବ୍ଲକ୍ ୪୨ମୌଜାର ବେଂଟକାର ଠାରେ କଟକ ଜିଲ୍ଲା କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ତରଫରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ଅନୁସୂଚିତ ବିଭାଗର ଅଧ୍ୟକ୍ଷ ରାମଚନ୍ଦ୍ର ଗୋଚ୍ଛାୟତ୍ଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଂଗ୍ରେସର ନେତୃବୃନ୍ଦ ତଥା କର୍ମୀମାନେ ବାବା ସାହେବଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଟକସଦର ବ୍ଳକ କଂଗ୍ରେସର ସଭାପତି ପ୍ରତାପ ମଲ୍ଲିକଙ୍କ ସମେତ ମଧୁସୁଦନ ସେନାପତି, ପ୍ରଭାତ କୁମାର ଖଟୁଆ, ଅନା ଭାଇ, ବଟକୃଷ୍ଣ ତ୍ରିପାଠୀ, ସବିର ମହମ୍ମଦ, ଋଷି କାଣ୍ଡି, ମିହିର ଦାସ, ରମେଶ ଭୋଇ, ଅଜୟ ମଲ୍ଲିକ, ନରେନ୍ଦ୍ର ମଲ୍ଲିକ, ମହମ୍ମଦ ଜାଫର, ସନ୍ତୋଷ ପ୍ରଧାନ, ସଲିଳ ଭୋଇ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ କଟକସଦର ଦଳିତ ମହାସଂଘର ଉପସଭାପତି ଅନୀଲ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।