୪୨ମୌଜା ଶାନ୍ତିକମିଟି ତରଫରୁ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ବୟାଳିଶମୌଜା, (ଯୁଗାବ୍ଦ ନ୍ୟୁଜ) : କଟକସଦର ୪୨ମୌଜା ଅଂଚଳର ସର୍ବ ପୁରାତନ ଅନୁଷ୍ଠାନ ୪୨ମୌଜା ଶାନ୍ତିକମିଟି ତରଫରୁ ବେଂଟକାରସ୍ଥ ବୟାଳିଶମୌଜା ଥାନାର ଭାରପ୍ରାପ୍ତ ଅଧିକାରୀ ଗିରିଶ ଚନ୍ଦ୍ର ମହାରଣାଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଅଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶାନ୍ତିକମିଟିର ସଭାପତି ଶରତ ଚନ୍ଦ୍ର ରାୟ, ପୂର୍ବତନ ସଭାପତି ଯୁଧିଷ୍ଠିର ପତି, ଉପସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, କୋଷାଧ୍ୟକ୍ଷ ଅଶୋକ ରାଉତ, ଉପଦେଷ୍ଟା ସନ୍ତୋଷ କୁମାର ପତି ପ୍ରମୁଖ ଭେଟି ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ସରଳ , ନୀରିହ ବ୍ୟକ୍ତିମାନେ ଯେପରି ସଠିକ୍ ନ୍ୟାୟ ପାଇପାରିବେ ଥାନା ତରଫରୁ ସେ ବିଷୟରେ ଆଲୋଚନା କରିଥିଲେ । ଥାନା ଅଧିକାରୀ ଶ୍ରୀ ମହାରଣା କହିଲେ ଆପଣମାନଙ୍କ ସହଯୋଗ ମୋତେ ଏହି କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ଏବଂ ଅଂଚଳରେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବାରେ ପୋଲିସ୍ ମୁଖ୍ୟ ଭୂମିକା ଗ୍ରହଣ କରିବ । ସେହିପରି ୪୨ମୌଜା ଅଂଚଳରେ ସିସିଟିଭି କ୍ୟାମେରା ଲଗାଇବା ସହିତ ଅଧିକ ପିସିଆର୍, ପୋଲିସ ମୁତୟନ ସହିତ ସମସ୍ତ ଅଂଚଳରେ ଆଲୋକିକରଣ କରିବା ଏବଂ ନିଶାଖୋର, ଅପରାଧି, ଚୋରି, ଡକାୟତି, ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ପଦକ୍ଷେପ ନେବା ବିଷୟ ମୁଖ୍ୟ ଆଲୋଚନାର ବିଷୟ ଥିବା କମିଟି ତରଫରୁ ସୂଚନା ମିଳିଛି ।