୪୨୩ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ
ହାଟଡିହି, (ବିକାଶ ବିଶ୍ୱାଳ) :-ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପ୍ରକ୍ରୀୟା । ଏଥିପାଇଁ ଆଜି ପ୍ରତ୍ୟେକ ପଞ୍ଚାୟତରେ ଦେଖା ଦେଇଥିଲା ରାଜନୈତିକ ଉଷ୍ଣତା । ହାଟଡିହି ବ୍ଲକର ୩୧ଟି ପଞ୍ଚାୟତ କାର୍ଯ୍ୟାଳୟ ସମେତ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ପ୍ରବଳ ଭିଡ ଲାଗି ରହିଥିଲା । ଆଜି ୩୦୧ଜଣ ୱାର୍ଡସଭ୍ୟ, ୬୦ଜଣ ସରପଞ୍ଚ ଓ ୬୨ଜଣ ସମିତିସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଜି ଆଇତିପୁର ପଞ୍ଚାୟତରେ ଜଣେ, ଅଁରାରେ ୨ଜଣ, ବଡରମ୍ପାସରେ ୨ଜଣ, ବାଲିବରେଇରେ ୨ଜଣ, ବଞ୍ଚୋରେ ୩ଜଣ, ବାଙ୍ଗୋରରେ ୩ଜଣ, ଡଅଁରରେ ଜଣେ, ଧନୁର୍ଜୟପୁରରେ ୫ଜଣ, ଢ଼େଙ୍କାରେ ଜଣେ, ଗେଡମାରେ ୨ଜଣ, ହାବଳେଶ୍ୱରରେ ୪ଜଣ, ହଦଗଡରେ ଜଣେ, ହାଯଡିହିରେ ୪ଜଣ, ଜମ୍ଭୀରାରେ ୩ଜଣ, କେ ବାଲିପାଳରେ ୪ଜଣ, ମରୈଗାଁରେ ଜଣେ, ଓରାଳିରେ ଜଣେ, ପଢ଼ିଆରିପଲ୍ଲୀରେ ଜଣେ, ପଞ୍ଚୁଗୋଛିଆରେ ୫ଜଣ, ପନ୍ଦାଡୋରେ ଜଣେ, ଷଡଙ୍ଗରେ ୪ଜଣ, ସଢ଼ାରେ ଜଣେ, ଶାଳଣିଆଁରେ ୨ଜଣ, ଶାସଙ୍ଗରେ ୩ଜଣ, ସୋସୋରେ ଜଣେ, ସୁଲଣରେ ୨ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବ୍ଲକର ମୋଟ ୪୧୯ଟି ୱାର୍ଡସଭ୍ୟ ପଦପାଇଁ ୮୪୩ଜଣ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୩୧ଟି ସରପଞ୍ଚ ପଦବୀ ପାଇଁ ୧୬୧ଜଣ ଓ ୩୧ଟି ସମିତିସଭ୍ୟ ପଦପାଇଁ ୧୪୩ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଶାସଙ୍ଗ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ପୂଜା ସାହୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ତାଙ୍କର ଶତାଧିକ ସମର୍ଥକଙ୍କ ସହ ଶିଖରେଶ୍ୱର ମନ୍ଦିର ନିକଟରୁ ଏକ ;ଶୋଭାଯାତ୍ରାରେ ବାହାରି ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବାପରେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ନାମଙ୍କନପତ୍ର ଦାଖଲ କରିଛନ୍ତି । ତାଙ୍କ ସହିତ ଚକ୍ରଧର ସାହୁ, ମହେଶ୍ୱର ସାହୁ, ରବିନ ପାଢ଼ୀ, ଦୀନବନ୍ଧୁ ନାୟକ, ମାନସ ବିଶ୍ୱାଳ, ବଳରାମ ବିଶ୍ୱାଳ, ସୁରେନ୍ଦ୍ର କୁମାର ସା, ଚୈତନ ସା, ପ୍ରଶାନ୍ତ ରାଉତ, ରମେଶ ଦାସ, ବଟକୃଷ୍ଣ ନାୟକ, ଅନୁ ଦାସ, ନବଘନ ସା, ଗଦାଧର ସା, ରାଜକିଶୋର ସା, ମରୁତ ଜେନା, ଦିପା ଜେନା, ଭଗବାନ ଦେହୁରୀ, ମହେଶ୍ୱର ଦେହେୁରୀ, ରେଡୁ ହୋଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ ।