୪୨ ଓ ୪୧ ନଂ ଜୋନରେ ବିଧାୟକଙ୍କ ନିର୍ବାଚନ ପ୍ରଚାର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକର ଜିଲ୍ଲାପରିଷଦ ଜୋନ ୪୨ ଓ ୪୧ ର ବିଜେଡି ପ୍ରାର୍ଥୀ ଓ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ମେମ୍ବର ଙ୍କ ପାଇଁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ନିର୍ବାଚନ ପ୍ରଚାର କରିଥିବା ଜଣାପଡ଼ିଛି। ଶୁକ୍ରବାର ଦିନ ବିଧାୟକ ଶ୍ରୀ ସାହୁ ଗୌଡ଼ିଆବୋରଦା ଓ ଖୋଳଖାଳି ଗ୍ରାମ ପଞ୍ଚାୟତରେ ୪୨ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଗଙ୍ଗାପାଣି ଜେନାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିବା ସହ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ମେମ୍ବର ମାନଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ସେହିପରି ଶନିବାର ଦିନ ୪୧ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସମିତା ସ୍ୱାଇଁଙ୍କ ପାଇଁ ବିଧାୟକ ଶ୍ରୀ ସାହୁ ନିର୍ବାଚନ ପ୍ରଚାର କରିଥିଲେ। ଅନ୍ତରପଡା ଗ୍ରାମ ପଞ୍ଚାୟତର ଏକଡ଼ାଳ ଓ ଝୋଲାରୀ ଗ୍ରାମରେ ବିଧାୟକ ଶ୍ରୀ ସାହୁ ନିର୍ବାଚନ ପ୍ରଚାର କରି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସମିତା ସ୍ୱାଇଁ ଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ସହ ବିଜେଡି ସମର୍ଥୀତ ସରପଞ୍ଚ ଓ ସମିତି ମେମ୍ବରଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ନିର୍ବାଚନୀ ସଭାରେ ବିଧାୟକ ଶ୍ରୀ ସାହୁ ଅଞ୍ଚଳରେ ହୋଇଥିବା ବିଭିନ୍ନ ବିକାଶ ବିଷୟ କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁ ଶ୍ରେଣୀର ଲୋକଙ୍କ ପାଇଁ ଗ୍ରହଣ କରିଥିବା ବିଭିନ୍ନ ଜନହିତକର ଯୋଜନା ବିଷୟ ନେଇ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ପ୍ରଗତିର ପଥକୁ ଆଗେଇ ନେବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ବିଧାୟକ ଶ୍ରୀ ସାହୁ ଭୋଟଭିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ