୪୨ ଓ ୪୩ ନଂ ଜିଲ୍ଲା ପରିଷଦ ଜୋନରେ ମଧୁବାବୁ ଭତ୍ତା ବଣ୍ଟନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକର ୪୨ ଓ ୪୩ ନମ୍ବର ଜିଲ୍ଲା ପରିଷଦ ଜୋନରେ ଫେବୃୟାରୀ ୨୨ତାରିଖ ଦିନ ଓଡିଶା ସରକାରଙ୍କ ମଧୁବାବୁ ଭତ୍ତା ଯୋଜନାରେ ୧୪ ଗୋଟି ପଞ୍ଚାୟତର ଏକ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ପେନସନ ବଣ୍ଟନ କରାଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଓ ବିଏସଏସଓ ସୁପ୍ରିୟା ତ୍ରିପାଠୀଙ୍କ ସଂଯୋଜନାରେ ମଧୁବାବୁ ଭତ୍ତା ଯୋଜନାରେ ଭତ୍ତା ବଣ୍ଟନ ହୋଇଥିଲା। ୪୨ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୬ ଗୋଟି ପଞ୍ଚାୟତର ହିତାଧିକାରୀଙ୍କୁ ବେତାରସିଂ ଶିବିରରେ ଭତ୍ତା ବଣ୍ଟନ ହୋଇଥିବା ବେଳେ ୪୩ ନମ୍ବର ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୮ ଗୋଟି ପଞ୍ଚାୟତର ହିତାଧିକାରୀଙ୍କୁ ବି.କରଡ଼ାବାଡି ଶିବିରରେ ଭତ୍ତା ବଣ୍ଟନ ହୋଇଥିଲା। କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ୪୨ ନଂ ଜିଲ୍ଲା ପରିଷଦ ମେମ୍ବର ଗଙ୍ଗପାଣି ଜେନା, ୪୨ ନଂ ଜିଲ୍ଲା ପରିଷଦ ମେମ୍ବର ଚାନ୍ଦିନୀ ନାୟକ ଯୋଗଦେଇଥିଲେ। ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବରଙ୍କ ସମେତ ହିତାଧିକାରୀ ବୃନ୍ଦ ଯୋଗଦେଇଥିଲେ। ଜିପିଓ ମନୋଜ କୁମାର ସାହୁ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ