୪୨ ଗ୍ରାମ ବ୍ରାଉନସୁଗାର ଜବତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାର ମଧ୍ୟରେ ଥିବା ସରକାରୀ ଦେଶୀ ମଦ ଦୋକାନ ଆଗରୁ ୪୨ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି l ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ କଟକ ଫ୍ଲାଇଙ୍ଗ ସ୍କ୍ୱାର୍ଡର ଇନିସପେକ୍ଟର ଦିଲ୍ଲୀପ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ଅସ୍ତରଙ୍ଗ ଅଞ୍ଚଳର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଅସ୍ତରଙ୍ଗ ଥାନା ଅଧୀନ ଝାଡ଼ଲିଙ୍ଗ ଗ୍ରାମର ବୈରାଗୀ ବେହେରା, ପ୍ରଶାନ୍ତ ବାରିକ ଓ ଅସ୍ତରଙ୍ଗ ଗ୍ରାମର ଶରତ ସାହୁ । ମଙ୍ଗଳବାର ଦିନ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଏଠାରେ ସୂଚନା ଥାଉକି ଅସ୍ତରଙ୍ଗ ଅଞ୍ଚଳରେ ବ୍ରାଉନସୁଗାର ଏବଂ ଚୋରା ମଦ ବହୁଳ ଭାବେ ବିକ୍ରି କରାଯାଉଥିବା ହେତୁ ଯୁବପିଢ଼ି ମାନେ ପଥଭ୍ରଷ୍ଟ ହେଉଛନ୍ତି l ଏଥିପ୍ରତି ଜିଲ୍ଲା ଅବକାରୀ ବିଭାଗ ଦୃଷ୍ଟି ଦେବାକୁ ସ୍ଥାନୀୟଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବିକରିଛନ୍ତି l


