୪୨ ଦିନରେ ପହଞ୍ଚିଲା ମେଡିକାଲ ଆନ୍ଦୋଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ମେଡିକାଲ ଆନ୍ଦୋଳନ ୪୨ ଦିନରେ ପହଞ୍ଚିଛି । ଗତ ଜାନୁୟାରୀ ମାସ ୨୪ ତାରିଖରୁ କେନ୍ଦ୍ରାପଡା ପୁରୁଣା ମେଡିକାଲକୁ ସିଟି ହସ୍ପିଟାଲ ଘୋଷଣା କରାଯିବା ଦାବିରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଯେତିକି ବଳଶାଳି ହେଉଛି, ସେତିକି ଜନସମର୍ଥନ ବଢି ଚାଲିଛି । ଏହି ଆନ୍ଦୋଳନର ଦାବି ପ୍ରତି ମଧ୍ୟ ବ୍ୟବସ୍ଥାଗତ ସମର୍ଥନ ବଢି ବଢି ଚାଲିଛି । ଏହି ଆନ୍ଦୋଳନର ନେତୃତ୍ୱ ନେଇଥିବା ମହିଳାମାନଙ୍କ ପ୍ରତି ସମର୍ଥନର ଅଣ୍ଟା ଭିଡିଛି ଆନ୍ତର୍ଜାତିକ ମାନବାଧିକାର ସଂସ୍ଥା । ଏହି ସଙ୍ଗଠନର କର୍ମକର୍ତ୍ତାମାନେ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ପ୍ରତି ସମବେଦନା ଜଣାଇବା ସହିତ ସେମାନଙ୍କ ଦାବିକୁ ଦୃଢ ସମର୍ଥନ କରି ସରକାରଙ୍କ ସହିତ ଆଲୋଚନା କରିବାକୁ ଘୋଷଣା କରିଛନ୍ତି । ଏହି ସଂଗଠନର କାର୍ଯ୍ୟକାରୀ ସଭାପତି ପ୍ରଭଞ୍ଜନ ନାୟକ, ଜିଲ୍ଲା ସଭାପତି ସେଖ୍ ଗୋଲାମ ମଦାନି, ଜିଲ୍ଲା ମହିଳା ମୋର୍ଚ୍ଚାର ସଭାପତି ଚମେଲି ବେହେରା, ଜିଲ୍ଲା ସମ୍ପାଦିକା ମନୋରମା ମହାନ୍ତି, ଜିଲ୍ଲା ଉପସଭାପତି ତରାନୁଆରା ବେଗମ ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ । ପେନସନଧାରୀ ଆସୋସିଏସନର ସମ୍ପାଦକ ହେମନ୍ତ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସିପିଆଇ(ଏମ୍‌) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ବାମପନ୍ଥିନେତା ଉମେଶଚନ୍ଦ୍ର ସିଂହ, କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ, ପୂର୍ବତନ କାଉନସିଲର ହିବଜୁର ରହେମାନ, ଜିଲ୍ଲାଜନସମ୍ପର୍କ ମଞ୍ଚର ସମ୍ପାଦକ ନରୋତ୍ତମ ଜେନା, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ଅକମଲ ଅଲ୍ଲି, ସମ୍ପାଦକ ସୌମେନ୍ଦ୍ର ପୃଷ୍ଟି, ଉପସଭାପତି ପଦ୍ମଲୋଚନ ମହାପାତ୍ର, ସେକ ହାପିଜୁଲ୍ଲା, ଶ୍ରମିକନେତା ଜଗତଜୀବନ ଦାଶ, ମୁକ୍ତାର ଖାଁ ପ୍ରମୁଖ ଏହି ଆନ୍ଦୋଳନରେ ନେତୃତ୍ୱ ନେବା ସହିତ ବକ୍ତବ୍ୟ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ