୪୨ ଶିଶୁ ଅସୁସ୍ଥ

ବାହାଘର ମିଠା ଖାଇ ୪୨ ଜଣ ଅସୁସ୍ଥ ହୋଇଯାଇଛନ୍ତି। ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି। ଏ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ବାଙ୍କିପାଲି ଗାଁରେ। ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।
ଗତକାଲି ମିଠା ଖାଇ ଅସୁସ୍ଥ ହୋଇଯିବା ପରେ ୨୦ ଜଣଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ରାତି ପ୍ରାୟ ୧୨ଟା ବେଳେ ଡୁଙ୍ଗୁରିପାଲି ଡାକ୍ତରଖାନାର ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଅନ୍ୟମାନଙ୍କର ଚିକିତ୍ସା କରିବା ସହିତ ସ୍ଥିତି ଅନୁଧ୍ୟାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ