୪୩ କରୋନା ଆକ୍ରାନ୍ତ ଚିହ୍ନଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ କରୋନାର ଥମିନାହିଁ । ଦୈନନ୍ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି । ଆଜି ବୁଧବାର ଦିନ ଜିଲ୍ଲାରେ ମୋଟ ୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪୩ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ପାରଳାଖେମୁଣ୍ଡି ସହରାଞ୍ଚଳରୁ ୯ଜଣ, ଗୋଷାଣୀ ବ୍ଲକରୁ ୬ଜଣ, ଗୁମ୍ମା ବ୍ଲକରୁ ୨ଜଣ, କାଶୀନଗର ବ୍ଲକରୁ ୫ଜଣ, ନୂଆଗଡ ବ୍ଲକରୁ ୯ଜଣ, ମୋହନା ବ୍ଲକରୁ ୯ଜଣ ଏବଂ ରାୟଗଡ ବ୍ଲକରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଚନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ