୪୫ନଂ ଓ ୬୮ନଂ ପାଣିପଞ୍ଚାୟତର ସଭାପତି ସମ୍ପାଦକ ନିର୍ବାଚନ

ହାଟଡ଼ିହି : ବିଦ୍ୟାଧରପୁର ଜଳସେଚନ ଉପଖଣ୍ଡର ୪୫ନଂ ଓ ୬୮ନଂ ପାଣିପଞ୍ଚାୟତର ସଭାପତି ଓ ସମ୍ପାଦକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେବଳ ଜଣେ ଲେଖାଏଁ ପ୍ରାଥୀ ନାମାଙ୍କନପତ୍ର ଦାଖଲ କରିବାରୁ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାଥୀମାନେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ୪୫ନଂ ବିରଞ୍ଚି ନାରାୟଣ ପାଣିପଞ୍ଚାୟତର ସଭାପତି ପଦପାଇଁ ନିରାକାର ମହାପାତ୍ର, ସମ୍ପାଦକ ପଦପାଇଁ ଅନନ୍ତ ଗୋପାଳ ପଣ୍ଡା, କୋଷାଧ୍ୟକ୍ଷ ପଦ ପାଇଁ ସୋମନାଥ ପଣ୍ଡା ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୬୮ନଂ ରାମେଶ୍ୱର ପାଣିପଞ୍ଚାୟତର ସଭାପତି ପଦପାଇଁ ଅକ୍ଷୟ କୁମାର ସେନାପତି, ସମ୍ପାଦକ ପଦପାଇଁ ନିତ୍ୟାନନ୍ଦ ସାହୁ, କୋଷାଧ୍ୟକ୍ଷ ପଦପାଇଁ ପ୍ରଦୀପ ଖୁଣ୍ଟିଆ ନାମଙ୍କନପତ୍ର ଦାଖଲ କରିଥିଲେ । ଏହିସବୁ ପଦବୀ ପାଇଁ ଅନ୍ୟକେହି ନାମାଙ୍କନପତ୍ର ଦାଖଲ କରିନଥିବାରୁ ସମସ୍ତ ପ୍ରାର୍ଥୀମାନେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ କନିଷ୍ଠଯନ୍ତ୍ରୀ ସେନାପତି ନାୟକ ଘୋଷଣା କରିବା ସହିତ ବିଜୟୀ ପ୍ରାର୍ଥୀ ମାନଙ୍କୁ ପ୍ରମାଣପତ୍ର , ପୁଷ୍ପଗୁଚ୍ଛ ପାଣିପଞ୍ଚାୟତ ପୁସ୍ତିକା ପ୍ରଦାନ କରିଥିଲେ । ପୁଲିଙ୍ଗ ଅଫିସର ଭାବେ କର୍ମଚାରୀ ନିତ୍ୟାନନ୍ଦ ରଣା, ରଞ୍ଜନ ନାୟକ, କୋଦଣ୍ଡ ଜେନା, ବଟକୃଷ୍ଣ ଜେନା, ଦୁର୍ଯ୍ୟୋଧନ ଜେନା, ନରହରି ନାୟକ, ଭଗବାନ ଜେନା ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ