୪୫ଲକ୍ଷ ଖର୍ଚ୍ଚ, ତଥାପି ମିଳୁନି ପିଇବା ପାଣି ଦୁଇଟି ଯୋଜନା ବିତିଗଲାଣି !

ଗ୍ରାମାଞ୍ଚଳରେ ପାନୀୟଜଳର ସୁବନ୍ଦୋବସ୍ତ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି ହେଲେ ସେ ସବୁ କାର୍ଯ୍ୟକାରୀ ହୋଇପାରୁନାହିଁ । ଅର୍ଥ ବ୍ୟୟ ହେଉଛି ସିନା ଲୋକେ ଉପକୃତ ହୋଇପାରୁନାହାନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ ଆଙ୍କୋରଡା ପଞ୍ଚାୟତର ରାଜପୁର ଗ୍ରାମରେ । ଗ୍ରାମରେ ଅଛନ୍ତି ପ୍ରାୟ ୧୨୦୦ରୁ ଉର୍ଦ୍ଧ ପରିବାର । ଗ୍ରାମରେ ୭ଟି ନଳକୂପ ରହିଛି । କିନ୍ତୁ ସେଥିରୁ ମାତ୍ର ୩ଟିକୁ ହିଁ ଗ୍ରାମବାସୀ ପିଇବା ଲାଗି ବ୍ୟବହାର କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ୨୦୧୦-୧୧ ଆର୍ôଥକ ବର୍ଷରେ ୪୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗାଁକୁ ପାଇପ ଯୋଗେ ପାନୀୟଜଳ ଯୋଗାଇଦେବା ନିମନ୍ତେ ୫୦ହଜାର ଲିଟର କ୍ଷମତା ସମ୍ପର୍ଣ୍ଣ ଏକ ଜଳ ଭଣ୍ଡାର ନିର୍ମାଣ କରାଯାଇଥିଲା । ଆଉ ସମସ୍ତ ସାହିରେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲା । ତେବେ ୯ବର୍ଷରୁ ଉଦ୍ଧ୍ୱର୍ ଦିନ ବିତିଯାଇଥିଲେ ସୁଦ୍ଧା ଗ୍ରାମକୁ ଆଜି ପର୍ଯ୍ୟନ୍ତ ପାଇପ ଯୋଗେ ପାନୀୟଜଳ ଆସିପାରିଲା ନାହିଁ । ତେବେ ବ୍ୟବହାରରେ ନଆସିବାରୁ ସେସବୁ ବର୍ତ୍ତମାନ ନଷ୍ଟ ହୋଇଗଲାଣି । ଉକ୍ତ ସମସ୍ୟା ନେଇ ଗ୍ରାମବାସୀ ବହୁବାର ଆର୍ ଡବ୍ଲ୍ୟୁ ଏସ୍ ଏସ୍ ର କନିଷ୍ଠ ଯନ୍ତ୍ରୀ ଏବଂ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରି ଦାବୀ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ପ୍ରକାର ଫଳପ୍ରଦ ନହେବାରୁ ଅସନ୍ତୋଷ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । କେବଳ ଖରାଦିନ ଆସିଲେ ନୁହଁ ବରଂ ବର୍ଷତମାମ୍ ଗାଁଟିରେ ପାନୀୟଜଳ ସମସ୍ୟା ଲାଗି ରହିଥାଏ । ନଳକୂପ ଆଗରେ ହାଣ୍ଡି ମାଠିଆ ବାଲ୍ ଟି ଆଦି ଧରି ଲୋକଙ୍କ ଲମ୍ବା ଲାଇନ୍ ଲାଗୁଥିବା ବେଳେ ଆଉ କେହି ପାନୀୟ ଜଳ ସଂଗ୍ରହ ପାଇଁ ଆଖପାଖ ଗ୍ରାମାଞ୍ଚଳକୁ ମଧ୍ୟ ଯାଉଥିବାର ଦେଖିବାକୁ ମିଳୁଛି । ବିଭିନ୍ନ ସମସ୍ୟା ମଧ୍ୟରେ ଲୋକେ ପାନୀୟଜଳ ସଂଗ୍ରହ କରୁଥିବା ବେଳେ କିଛି ଗ୍ରାମବାସୀ ପୋଖରୀ ପାଣି ମଧ୍ୟ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଦୂଷିତ ପାନୀୟ ଜଳର ବ୍ୟବହାରକୁ ନେଇ ନିକଟରେ ଗ୍ରାମରେ ଡାଇରିଆ ବ୍ୟାପିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗ୍ରାମରେ ପହଞ୍ଚି ଦୂଷିୁତ ପାନୀୟଜଳର ବ୍ୟବହାରକୁ ବାରଣ କରିବା ନେଇ ସଚେତନ କରାଇଥିଲେ । ସମ୍ପ୍ରତ୍ତି ଗ୍ରୀଷ୍ମପ୍ରବାହ ଜାରି ହୋଇଯାଇଥିବା ବେଳେ ଭୂତଳ ଜଳସ୍ତର କମିବାରେ ଲାଗିଲାଣି । ପାନୀୟଜଳ ସମସ୍ୟାର ଅନ୍ତ ନଘଟିଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହିତ ପୋଲିଂ ବୁଥ୍ରେ ଜନତା ଜବାବ୍ ଦେବେ ବୋଲି ବିଜେପି ଜିଲା ଉପସଭାପତି ପରେଶ ଚନ୍ଦ୍ର ରଥ, ଶୁଭେନ୍ଦୁ ପାଢୀ, ନଗର ସଭାପତି ଭବାନୀଶଙ୍କର ପଣ୍ଡା ପ୍ରମୁଖ ଚେତାବନୀ ଦେଇଛନ୍ତି । ସମସ୍ୟା ସମ୍ପର୍କରେ ବିଡିଓ ହଳଧର ଶବରଙ୍କୁ ପଚାରିବାରେ କହିଛନ୍ତି,ଯେ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ନେଇ ଗୁରୁବାର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଖୁବ୍ ଶୀଘ୍ର ପ୍ରକଳ୍ପଟି କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି । ସମ୍ପ୍ରତ୍ତି ନିର୍ବାଚନ ଋତୁ ଚାଲିଥିବାରୁ ସେସବୁ ସଜାଡିବା ଏବେ ଅସମ୍ଭବ ତଥାପି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ