୪୫ହଜାର ୯୬ ପରିବାରଙ୍କୁ ସହାୟତା ପ୍ରଦାନ

ଚାରିଛକ (ଯୁଗାବ୍ଦନ୍ୟୁଜ): ନିମାପଡ଼ା ବ୍ଲକର ୩୨ଟି ପଞ୍ଚାୟତରେ ୪୨,୨୯୨ ରାସନ କାର୍ଡଧାରୀ ବିପନ୍ନ ପରିବାର ଓ ଏନ୍ଏସି ର ୨୮୦୪ ବିପନ୍ନ ପରିବାରକୁ ପ୍ରଶାସନ ପକ୍ଷରୁ ୨୨୫୪୮ କ୍ୱିଣ୍ଟାଲ ଚାଉଳ ପ୍ରଦାନ କରାଯାଇଛି । ପ୍ରତ୍ୟେକ ରାସନ କାର୍ଡଧାରୀ ବିପନ୍ନ ପରିବାରକୁ ୫୦କିଗ୍ରା ଲେଖାଏଁ ଚାଉଳ ଦିଆଯାଇଥିବା ତହସିଲଦାର କମଳଜିତ୍ ଦାଶ, ବିଡିଓ ଶ୍ରୀଧର ବିଶ୍ୱାଳ ଓ ବ୍ଲକ ଯୋଗାଣ ଅଧିକାରୀ ଅକ୍ଷୟ ସେଠୀ ସୂଚନା ଦେଇଛନ୍ତି ।
ସେହିପରି ୩୨ ପଞ୍ଚାୟତର ସମସ୍ତ ରାସନ କାର୍ଡଧାରୀ ବିପନ୍ନ ପରିବାରକୁ ୮କୋଟି ୪୫ଲକ୍ଷ ୮୪ ହଜାର ଟଙ୍କା ଓ ଏନ୍ଏସି ଅଞ୍ଚଳର ୨୮୦୪ ରାସନ କାର୍ଡଧାରୀ ପରିବାରକୁ ୫୬ଲକ୍ଷ ୮ହଜାର ଟଙ୍କା ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ରିଲିଫ ଅଫିସର କାହ୍ନୁଚରଣ ମଲିକ ସୂଚନା ଦେଇଛନ୍ତି । ନିମାପଡା ବ୍ଲକର ୩୨ଟି ପଞ୍ଚାୟତରେ ୩୬୭୩୧ ରାସନ କାର୍ଡ ବିପନ୍ନ ପରିବାର ଓ ଏନ୍ଏସି ର ୧୧ଟି ୱାର୍ଡ ୩୩୩୨ ବିପନ୍ନ ପରିବାରକୁ ରାଜସ୍ୱ ବିଭାଗ ପକ୍ଷରୁ ପଲିଥିନ ବଣ୍ଟନ କରାଯାଇଛି । ଏନ୍ଏସି ଅଞ୍ଚଳର ୯୩ପ୍ରତିଶତ ଓ ବ୍ଲକର ୮୮ପ୍ରତିଶତ ବିପନ୍ନ ପରିବାରଙ୍କୁ ପଲିଥିନ ବଣ୍ଟନ କରାଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଘର ଭଙ୍ଗା ତଦନ୍ତକାର୍ଯ୍ୟ ଆରମ୍ଭ କରାଯାଇଛି । ବାତ୍ୟା ପାଇଁ ନିମାପଡା ବ୍ଲକ ଓ ଏନ୍ଏସିରେ ୭୯ହଜାର ଲିଟର କିରାସିନି ଯୋଗାଇ ଦିଆଯାଇଥିବା ବେଳେ ପୁନଃ ବିପନ୍ନ ପରିବାରଙ୍କୁ କିରାସିନ୍ ଯୋଗାଇ ଦିଆଯିବ ବୋଲି ବ୍ଲକ ଯୋଗାଣ ଅଧିକାରୀ ଅକ୍ଷୟ ସେଠୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ