୪୫୦ପୁଟ ତିରଙ୍ଗା ଯାତ୍ରା ଓ ରକ୍ତ ଦାନ ଶିବିର
ମୋହନା, (ଅଂଶୁମାନ ପଣ୍ଡା) : ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ସାରା ଅନେକ ଆନନ୍ଦ ଓ ଉତ୍ସାହର ସହ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଭିତ୍ତିରେ ସମାଜର ପ୍ରତ୍ୟେକ ଲୋକଙ୍କ ମନରେ ଜାତୀୟତା ଭାବର ଉଦ୍ରେକ ଏବଂ ଭାରତୀୟତାକୁ ଅନୁଭବ କରାଇବା ନିମନ୍ତେ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନ ବ୍ଲକ ସ୍ତିତ ଅଡବା ଠାରେ ବିପଦର ବନ୍ଧୁ, ଓଡିଶା ଗଜପତି ଶାଖା ଓ ଅଡବା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମହା ସମାରୋହରେ ପାଳନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଡବା ଭାରପ୍ରାପ୍ତ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ତ୍ରିରଙ୍ଗା ଦେଖାଇ ଉଦଘାଟନ କରିଥିଲେ, କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ୪୫୦ଫୁଟ ଲମ୍ବ ଓ ୯ଫୁଟର ଚୌଡାର ଏକ ତ୍ରିରଙ୍ଗା ପତାକାକୁ ୭୫୦ରୁ ଉର୍ଧ ଜଣ ଲୋକଙ୍କ ସମାଗମରେ ଦୀର୍ଘ ୭ କିମି ରାସ୍ତା ପଦଯାତ୍ରା କରାଯାଇଥିଲା, ତତସହିତ ବାଦ୍ୟ ଯନ୍ତ୍ରର ତାଳେ ତାଳେ ଓ ଭାରତ ମାତାର ଜୟ ଧ୍ୱନୀରେ ଦେଶାତ୍ମକ ପରିବେଶରେ ଉତ୍ସବ ମୁଖରିତ ହେଲା ତତ ସହିତ ୫୪ଜଣ ରକ୍ତଦାନବୀର ରକ୍ତ ଦାନ କରିଥିଲେ । ଉକ୍ତ କାଯ୍ୟକ୍ରମରେ ଅଲିଗଣ୍ଡା ଜୟଭରତୀ ବିଦ୍ୟା ପୀଠର ଛାତ୍ରଛାତ୍ରୀ, ଅଡବା ଥାନାର ସମସ୍ତ କର୍ମଚାରୀ, ବନ ବିଭାଗର କର୍ମଚାରୀ, ରବିନ୍ଦ୍ର ନାଥ ମିଶ୍ର, ରବି ପାଳ, ବଳରାମ ରଥ, ଵାଲରାଜୁ କନିଆରୀ, ଯୁଧିଷ୍ଠିର ମହାପାତ୍ର, ସୁଶାନ୍ତ କୁମାର ପୂଜାରୀ, ମନୋଜ କୁମାର ସାହୁ, ଆଦି ନାରାୟଣ ରାଓ, ଦେବାଶିଷ ଶତପଥୀ, ପ୍ରଶାନ୍ତ ବେହେରା, ରମାକାନ୍ତ ବିଷୋୟୀ, ବାବୁ ପାତ୍ର, ଶଙ୍କର ସାହୁ, ଶିବରାମ ସାହୁ, ସୁନୀଲ ଗୌଡ଼, ସରପଞ୍ଚ ପ୍ରତିନିଧି ମନସୀ ଗମାଙ୍ଗ ପ୍ରଭୂତି ସହଯୋଗ କରିଥିଲେ । ବିପଦର ବନ୍ଧୁ ଓଡିଶା ସଂଙ୍ଗଠନର ସଦସ୍ୟ ମଦାରୀ ଖାଁ, ଦୁର୍ଗା ପ୍ରସାଦ ରଥ, ସନତ କୁମାର ମଲ୍ଲିକ, ଜଗନ୍ନାଥ ଦାଶ, ଜିତେନ୍ଦ୍ର ଗୌଡ଼, ରତ୍ନାକର ବିଷୋୟୀ, ରାଜେନ୍ଦ୍ର ଦଳେଇ, ଅକ୍ଷୟ କୁମାର ଶତପଥୀ, ଗୌର ହରି ପୋଲାଈ, ସନ୍ତୋଷ କୁମାର ନାୟକ, ବିଷ୍ଣୁ ପାତ୍ର, ସୁନୀଲ କୁମାର ପାଢ଼ୀ, କିଶୋର କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମକୁ ସୁଚାର ରୂପେ ପରିଚାଳନା କରିଥିଲେ।


