୪୫ ଦିନ ହେଲା ୩୭ ପରିବାର ପଲିଥିନ ତଳେ ଜୀବନ ବିତାଉଛନ୍ତି: ମରିବୁ ପଛେ ସେହି ଜାଗା ଛାଡ଼ିବୁ ନାହିଁ..

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଳକ ସୁରାଦେଇ ଗ୍ରାମରେ ଦୀର୍ଘ୧୦ବର୍ଷ ଧରି ବସବାସ କରି ରହିଆସୁଥିବା ୩୭ପରିବାରଙ୍କ ଘରକୁ ମାର୍ଚ୍ଚ ମାସ ୭ ତାରିଖରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା ।ଯେଉଁ ପରିବାର ସେଠାରେ ଘର କରି ରହୁଥିଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଗୋଟିଏ ଗୋଟିଏ ଜରିପାଲ ଦିଆଯାଇଥିଲା ।ଆଜି ପର୍ଯ୍ୟନ୍ତ ସେହି ଉଚ୍ଛେଦ ପରିବାରଙ୍କ ବିଷୟରେ ସରକାର ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି ।ସେହି ୩୭ ପରିବାର ମଧ୍ୟରୁ ୬ ପରିବାର ଦିନ ମଜୁରିଆ ।ଏବେ ଗତ କିଛି ଦିନ ତଳେ ୪୦ଡିଗ୍ରିରୁ ଉର୍ଦ୍ଧ ତାପମାତ୍ରା ଥିଲା, ତାପରେ ଆସିଲା କାଳବୈଶାଖିର କରାଳ ରୂପ ସହ ବିଜୁଳି ଘଡଘଡି ପବନ ସାଙ୍ଗକୁ କୁଆପଥର ବର୍ଷା । ଅନ୍ୟପକ୍ଷରେ କରୋନା ପାଇଁ ଲକଡାଉନ ସମସ୍ୟାରେ କେମିତି ପିଲାଛୁଆ ଧରି ଜୀବନ ବିତାଉଛନ୍ତି ତାହା ବିଷୟରେ ନିଶ୍ଚିତ ଭାବେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା କଥା, କିନ୍ତୁ ଦୁଃଖ ଓ ଆଶ୍ଚର୍ଯ୍ୟ ର କଥାଯେ ଉଚ୍ଛେଦକାରି ପରିବାର ଯେଉଁଠି ଘର କରି ରହିଥିଲେ ସେଠାରେ ଏହି ୬ ପରିବାର ଆଜିକୁ ୪୫ ଦିନ ହେଲା ପଲିଥିନ ତଳେ ଆଶ୍ରୟ ନେଇଛନ୍ତି । ଅନ୍ୟ ପରିବାର ଗୁଡିକର ଆର୍ଥିକ ସମ୍ବଳ ଟିକେ ଥିବାରୁ ସେମାନେ ଅନ୍ୟ ଜାଗାକୁ ଯାଇ ବାସ କରିଛନ୍ତି । ଅନ୍ୟପକ୍ଷରେ, ଉଚ୍ଛେଦକାରୀ ପରିବାର ମାନେ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ଆମେ ମରିବୁ ପଛେ ସେହି ଜାଗା ଛାଡିବୁ ନାହିଁ ।ଆମେ ଏହି ପାହାଡିଆ ଓ ପଥରିଆ ଲଟାବୁଦା ଜାଗାକୁ ଯେତେବେଳେ ସଫାସୁତୁରା ଓ ସମତୁଲ କରି ଘର ତିଆରି କଲୁ ଓ ଆଜକୁ ୧୦ବର୍ଷ ହେଲା ରହି ଆସୁଥିଲୁ ପ୍ରଶାସନ ଦେଖୁନଥିଲା ନା’ଜାଣିନଥିଲା, ଆମକୁ ଆହୁରି ଏଠାରେ ନଳକୁପ ଦେଇଥିଲା,ଧର୍ମ ମଣ୍ଡପ ଦେଇଥିଲା, ରାସ୍ତା ଦେଇଥିଲା ଏହି ବସ୍ତି ଠିକଣାରେ ଆଧାର କାର୍ଡ,ରାସନ କାର୍ଡ,ଭୋଟ ପରିଚୟ ପତ୍ର ଏଭଳି ସମସ୍ତ ସରକାରୀ ଯୋଜନା ଦିଆଯାଇଛି,ଏତେ ସବୁ ହେଲା ପରେ ଆମକୁ ଯଦି ଏଠାରୁ ଉଛେଦ କରି ଆମ ଘରଦ୍ୱାର ଯେସିବି ଲଗାଇ ଭାଙ୍ଗି ଦିଆଗଲା ତା ହେଲେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ ଫୁଲବାଣୀ ଭଳି ହେଡ୍‌କ୍ୱାଟରରେ ଏତେ ସବୁ ଜବର ଦଖଲ କରି ରହିଛନ୍ତି କେମିତି ।ତେଣୁ ଆମେ ମଲେବି ଏଠାରେ ରହିବୁ ଓ ବଂଚିଲେ ବି ଏଠାରେ ରହିବୁ ଆମର ଯାହା ହେବ ପ୍ରଶାସନ ଦାୟୀ ରହିବ ବୋଲି ଗଣମାଧ୍ୟମକୁ ସାକ୍ଷାତରେ ଦୁଃଖ ବଖାଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ