୪୬ବୋତଲ ଚୋରା ମଦ ଜବତ, ଜଣେ ଗିରଫ

ପାରାଦୀପ,(ପୀତବାସ ପ୍ରଧାନ): ପାରାଦୀପଗଡ ନିକଟରୁ ଚୋରା ମଦ ବେପାର କରୁଥିବା ବେଳେ ଜଣକୁ ଗିରଫ କରିଛି ପାରାଦୀପ ଅବକାରୀ ପୋଲିସ୍ । ଘଟଣାରୁ ପ୍ରକାଶ ଯେ, ପାରାଦୀପଗଡ ଅଂଚଳର ପବିତ୍ର ମଙ୍ଗରାଜ ନିଜ ସ୍କୁଟି ଗାଡିରେ ଚୋରା ବିଦେଶୀ ମଦ ଆଣି ପାରାଦୀପଗଡ ଗେଟ୍ ବଜାରରେ ବିକ୍ରି କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ପାରାଦୀପ ଅବକାରୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଚି ଥିଲେ । ଅଭିଯୁକ୍ତ ପବିତ୍ର ନିଜ ସ୍କୁଟି ଗାଡିରେ ୪୬ବୋତଲ ବିଦେଶୀ ମଦ ରଖି ବିକ୍ରି କରୁଥିବା ସମୟରେ ଅବକାରୀ ଥାନା ଅଧିକାରୀ ସଦଳବଳ ଗିରଫ କରିବା ସହ ମଦ ଓ ସ୍କୁଟି ଜବତ କରିଛି । ଅଭିଯୁକ୍ତ ପବିତ୍ରଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ଅବକାରୀ ଥାନା ଅଧିକାରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ